ରିପୋର୍ଟ କାର୍ଡ / ଭୁବନେଶ୍ୱର
ଧାନ କିଣା ପ୍ରସଙ୍ଗକୁ ନେଇ ପୁଣି ବିଧାନସଭା ସରଗରମ । ଧାନ କିଣା ପ୍ରସଙ୍ଗରେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜୀ । ଏହାକୁ ଦୃଷ୍ଟିରେ ରଖି ଗୃହ ଅପରାହଣ ୪ଟା ଯାଏ ମୁଲତବୀ । କେତେ ଧାନ ଉଠିଛି ଏବଂ ଧାନ ଉଠାଣ ତାରିଖ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ଏହି ଦାବି କରି ଗୃହ ମଧ୍ୟ ଭାଗରେ ବିଜେପି ସଦସ୍ୟମାନେ ହୋହଲା, ପାଟିତୁଣ୍ଡ ଓ ନାରବାଜି କରିଥିଲେ। ସେପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ କହିଛନ୍ତି ଆଜି ଖାଦ୍ୟ ଯୋଗାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଅଛି। ଆଲୋଚନା ବେଳେ କେତେ ଧାନ ଉଠିଛି ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେବେ। ତେଣୁ ହୋହଲା କରିବାର ଆବଶ୍ୟକତା ନାହିଁ । ଏହା ପରେ ମଧ୍ୟ ଗୃହରେ ହଟ୍ଟଗୋଳ ହେବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବି ଘୋଷଣା କରିଛନ୍ତି ।






More Stories
ପ୍ରବଳରୁ ଅତି ପ୍ରବଳ ବର୍ଷା,ୟେଲୋ ୱାର୍ନିଂ ଜାରି…..
ରାଜ୍ୟସ୍ତରୀୟ ସମାରୋହରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ…..
୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ…..