ରିପୋର୍ଟ କାର୍ଡ / ଭୁବନେଶ୍ୱର
ଧାନ କିଣା ପ୍ରସଙ୍ଗକୁ ନେଇ ପୁଣି ବିଧାନସଭା ସରଗରମ । ଧାନ କିଣା ପ୍ରସଙ୍ଗରେ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜୀ । ଏହାକୁ ଦୃଷ୍ଟିରେ ରଖି ଗୃହ ଅପରାହଣ ୪ଟା ଯାଏ ମୁଲତବୀ । କେତେ ଧାନ ଉଠିଛି ଏବଂ ଧାନ ଉଠାଣ ତାରିଖ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ। ଏହି ଦାବି କରି ଗୃହ ମଧ୍ୟ ଭାଗରେ ବିଜେପି ସଦସ୍ୟମାନେ ହୋହଲା, ପାଟିତୁଣ୍ଡ ଓ ନାରବାଜି କରିଥିଲେ। ସେପଟେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ କହିଛନ୍ତି ଆଜି ଖାଦ୍ୟ ଯୋଗାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ଅଛି। ଆଲୋଚନା ବେଳେ କେତେ ଧାନ ଉଠିଛି ସେ ସମ୍ପର୍କରେ ବିସ୍ତୃତ ସୂଚନା ଦେବେ। ତେଣୁ ହୋହଲା କରିବାର ଆବଶ୍ୟକତା ନାହିଁ । ଏହା ପରେ ମଧ୍ୟ ଗୃହରେ ହଟ୍ଟଗୋଳ ହେବାରୁ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବି ଘୋଷଣା କରିଛନ୍ତି ।
More Stories
ଜୀବନ ଯୁଦ୍ଧରେ ହାରିଗଲେ FM ଛାତ୍ରୀ…….
ଭୁବନେଶ୍ୱରରେ ରାଷ୍ଟ୍ରପତି…..
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର:ଅଟୋଚାଳକଙ୍କୁ ହାଣୀଲେ ଦୃର୍ବୁତ୍ତ….