ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅଧିକ ଚିକିତ୍ସା ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଦିଲ୍ଲୀ ଏମ୍ସକୁ ରେଫର୍ କରାଯାଇଛି। ବର୍ତ୍ତମାନ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଗତକାଲି ରାଷ୍ଟ୍ରପତି ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଛାତିରେ ଯନ୍ତ୍ରଣା ହେବାରୁ ଚିକିତ୍ସା ଲାଗି ରାଷ୍ଟ୍ରପତିଙ୍କୁ ଗତକାଲି ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ରାଷ୍ଟ୍ରପତିଙ୍କର ରୁଟିଂ ଚେକ୍ଅପ୍ ହେବା ସହ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ହସ୍ପିଟାଲ୍ ସୂତ୍ରରୁ ସୂଚନା ଦିଆଯାଇଥିଲା । ସେଠାରେ ତାଙ୍କୁ ଅବ୍ଜରଭେସନ୍ରେ ରଖାଯାଇଥିଲା । ତେବେ ଅଧିକ ଚିକିତ୍ସା ପାଇଁ ରାଷ୍ଟ୍ରପତିଙ୍କୁ ଦିଲ୍ଲୀ ଏମ୍ସକୁ ରେଫର୍ କରାଯାଇଛି।
More Stories
ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ…..
ଜୁନ ପ୍ରଥମ ସପ୍ତାହ ସୁଦ୍ଧା ସଂପୂର୍ଣ୍ଣ ରାମ ମନ୍ଦିର…..
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାହୁଲ ଓ ଖଡଗେ…..