ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଭିତରେ ଆଜି ବିଧାନସଭାରେ ବିଭିନ୍ନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ପାରିତ ହୋଇଛି । ଗୃହରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଏବଂ ଘଣ୍ଟ ମାଡ କରିଥିବା ଦେଖିବାକୁ ମିଳିଥିଲା। ପାନୀୟ ଜଳ ଯୋଗାଣ ପାଇଁ ୧୨୫ କୋଟି ଟଙ୍କା ବ୍ୟବସ୍ଥା ହୋଇଛି । ନଳକୂପ ବ୍ୟବସ୍ଥା ପାଇଁ ୪୧ କୋଟି ୬୬ ଲକ୍ଷ ଟଙ୍କା । ସବୁଦିନିଆ ରାସ୍ତା ସଂଯୋଗୀକରଣ ପାଇଁ ୯୭ କୋଟି ୬୯ ଲକ୍ଷ ଟଙ୍କା । ରାସ୍ତା ଆଲୋକୀକରଣ ପାଇଁ ୬୫ କୋଟି ୬୬ ଲକ୍ଷ ଟଙ୍କା । ଗ୍ରାମୀଣ ହାଟର ବିକାଶ ପାଇଁ ୫୦ କୋଟି ଟଙ୍କା । ପ୍ରମୁଖ ସମ୍ପତ୍ତି ରକ୍ଷଣାବେକ୍ଷଣ ପାଇଁ ୫୮ କୋଟି ୩୩ ଲକ୍ଷ ଟଙ୍କା । ପ୍ରାଥମିକ ସ୍କୁଲ ଗୃହ ରକ୍ଷଣାବେକ୍ଷଣ ପାଇଁ ୫୨ କୋଟି ୩୩ ଲକ୍ଷ ଟଙ୍କା । ଜିଲ୍ଲାସ୍ତରୀୟ ଡାଟା ସେଣ୍ଟର ପ୍ରତିଷ୍ଠା ପାଇଁ ୨୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ବିଧାନସଭାର ଅପରାହ୍ନ ଅଧିବେଶନରେ ବି ବିରୋଧୀଙ୍କ ଘଣ୍ଟ ମାଡ ଦୃଶ୍ୟ ଦେଖିବାକୁ ମିଳିଥିଲା । ବିଜେପି ସଦସ୍ୟମାନେ ଘଣ୍ଟ ବାଡେଇ ଫ୍ଲାଗ କାର୍ଡ ପ୍ରଦର୍ଶନ କରିଥିଲେ । କଂଗ୍ରେସ ମଧ୍ୟ ଗୃହର ମଧ୍ୟ ଭାଗରେ ହୋ ହଲ୍ଲା କରିଥିଲା । ଏହାରି ଭିତରେ ଭିତରେ ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପିତ କଲେ ମନ୍ତ୍ରୀ । ବଜେଟ୍ ପାରିତ ପରେ ଶୁକ୍ରବାର ଦିନ ୧୦ଟା ୩୦ ଯାଏଁ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।






More Stories
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..