ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଣି ବିଧାନସଭାରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି । ପୂର୍ବରୁ ଗୃହରେ ହୋହଲ୍ଲା ନାରାବାଜି ଯୋଗୁଁ ଦିନ ସାଢେ ୧୧ଟା ଯାଏଁ ଗୃହକୁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ପ୍ରଶ୍ନକାଳ ଆରମ୍ଭରୁ ଅଚଳ ହୋଇଥିଲା ଗୃହ । ବିରୋଧୀ କଂଗ୍ରେସ ଓ ବିଜେପି ସଦସ୍ୟଙ୍କ ହଟ୍ଟଗୋଳ ଓ ନାରାବାଜି ଯୋଗୁଁ ଚାଲି ପାରିନଥିଲା ଗୃହ । ବାଚସ୍ପତିଙ୍କ ପୋଡିୟମ ନିକଟରେ ହଙ୍ଗାମା କରିଥିଲେ ବିରୋଧୀ ଦଳ ସଦସ୍ୟ । ଧାନ କିଣାରେ ଅବ୍ୟବସ୍ଥା ନେଇ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟ ଗୃହରେ ତୁମ୍ବି ତୋଫାନ କରିଥିଲେ । ସେପଟେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇବା ଘଟଣାରେ କ୍ଷମା ମାଗିବାକୁ ବିଜେଡି ସଦସ୍ୟ ଦାବି କରିଥିଲେ । ଗୃହର ମଧ୍ୟ ଭାଗକୁ ଆସି ବିଜେଡି ବିଧାୟକମାନେ ପ୍ରତିବାଦ କରିଥିଲେ । ଫଳରେ ବାଚସ୍ପତି ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ। ଶୁକ୍ରବାର ଗୃହରେ ସାନିଟାଇଜର ପିଇ ଆତ୍ମାହୁତୀ ଦେବା ପାଇଁ ଉଦ୍ୟମ କରିଥିଲେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ।
More Stories
ନେତାନ୍ୟାହୁ ଙ୍କ ବିରୋଧରେ ଗିରଫ ପରୱାନା ଜାରି…..
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….