ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବିଧାନସଭା ବଜେଟ୍ ଅଧିବେଶନର ଶେଷ ଦିନ। ପ୍ରଶ୍ନ କାଳରେ ଜଳସମ୍ପଦ, ଯୋଜନା ସଂଯୋଜନା, କ୍ରୀଡା ଓ ଯୁବ ବ୍ୟାପାର, ସୂଚନା ଓ ଲୋକସଂପର୍କ , ବାଣିଜ୍ୟ, ପରିବହନ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଆଲୋଚନା ରହିଛି । ସେହିପରି ଅପରାହ୍ନରେ ଗୃହରେ ବ୍ୟୟମଞ୍ଜୁରୀ ବିଲ୍ ଆଗତ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ବିଧାନସଭାର ବଜେଟ ଅଧିବେଶନରେ ଶେଷ ଦିନରେ ଗୃହର ସରଗରମ ହେବାର ସୂଚନା ରହିଛି । ଖାସ୍ କରି ଆଇନ୍ ଶୃଙ୍ଖଳା ପରିସ୍ଥିତି ନେଇ ବିରୋଧୀ କଂଗ୍ରେସ ଓ ବିଜେପି ଗୃହରେ ହୋହାଲ୍ଲା କରିବାର ସମ୍ଭାବନା ରହିଛି । ବୁଧବାର ଦିନ କଂଗ୍ରେସ ପକ୍ଷରୁ ଗୃହରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବିବୃତିକୁ ନେଇ ହଟଗୋଳ କରିଥିଲା । ଏପିରିକି ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ମଧ୍ୟ ବସିଥିଲେ ।






More Stories
ପାନ ମସଲାକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ବୟାନ…..
ରାଷ୍ଟ୍ରପତିଙ୍କ ଗସ୍ତ:୩୦ ପ୍ଲାଟୁନ ଫୋର୍ସ ମୁତୟନ…..
କ୍ୟାବିନେଟ ବୈଠକରେ ୧୨ ପ୍ରସ୍ତାବକୁ ମଞ୍ଜୁରୀ…..