Report Card Odisha

| Daily Odia News

ଜୁଲାଇ ରେ ଦିଆଯିବ ମାଟ୍ରିକ ପ୍ରମାଣପତ୍ର…..

ରିପୋର୍ଟ କାର୍ଡ / କଟକ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଜୁଲାଇ ୨ ଏବଂ ୩ ତାରିଖରେ ଦଶମ ଶ୍ରେଣୀ ମାଟ୍ରିକ ପ୍ରମାଣପତ୍ର ପ୍ରଦାନ କରାଯିବ। ଏଥିପାଇଁ ସବୁଜିଲ୍ଲାର ସଦର ମହକୁମାରେ ବିତରଣ କେନ୍ଦ୍ର ଖୋଲାଯାଇଛି। ବିଦ୍ୟାଳୟର ମୁଖ୍ୟ ତଥା ପ୍ରଧାନ ଶିକ୍ଷକମାନେ ଆବଶ୍ୟକ ତଥ୍ୟ ଦେଇ କୃତୀ ବିଦ୍ୟାର୍ଥୀଙ୍କ ପ୍ରମାଣପତ୍ର ନେଇପାରିବେ। ରାଜ୍ୟର ପ୍ରତି ସ୍କୁଲରେ ଆସନ୍ତା ଜୁଲାଇ ୯ ତାରିଖ ଦିନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପ୍ରମାଣପତ୍ର ଦିଆଯିବ। ଯଦି ଏହି ପ୍ରମାଣପତ୍ରରେ କୌଣସି ତ୍ରୁଟି ଥିବ, ତାହାକୁ ବୋର୍ଡର କଟକସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ସଂଶୋଧନ କରାଯାଇପାରିବ। ଏଥି ନିମନ୍ତେ ବୋର୍ଡ ପକ୍ଷରୁ ୧୦ ଦିନ ଅବଧି ଦିଆଯାଇଛି। ଜୁଲାଇ ୧୨ ରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି ସଂଶୋଧନ ପ୍ରକ୍ରିୟା ହେବାକୁ ଥିବାବେଳେ ମୁଖ୍ୟ କାର୍ଯ୍ୟାଳୟରେ ପ୍ରମାଣପତ୍ର ମୁଦ୍ରଣ ପାଇଁ ନିର୍ଦ୍ଧାରିତ ଦେୟ ଦେଇ ସଂଶୋଧନ କରିପାରିବେ। ପ୍ରମାଣପତ୍ର ବଣ୍ଟନ ପ୍ରକ୍ରିୟାକୁ ତଦାରଖ କରିବା ନିମନ୍ତେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ କୁହାଯାଇଛି। ଯଦି କୌଣସି ବିବାଦ ବା ଅସୁବିଧା ସୃଷ୍ଟି ହୁଏ ତୁରନ୍ତ ପଦକ୍ଷେପ ନେବାକୁ ୩୦ ଜିଲ୍ଲାର ଡିଇଓଙ୍କୁ ପରାମର୍ଶ ଦିଆଯାଇଛି। ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ, ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରମାଣପତ୍ର ପରୀକ୍ଷା(ପ୍ରଥମ)ରେ କୃତୀ ଦଶମ ଶ୍ରେଣୀ ଛାତ୍ରୀଙ୍କ ପ୍ରମାଣପତ୍ର ବିତରଣ ନିମନ୍ତେ ୩୦ଟି କେନ୍ଦ୍ର ବୋର୍ଡ ଦ୍ବାରା କରାଯାଇଛି।

Breaking News