ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ କ୍ୟାବିନେଟରେ ୧୪ଟି ପ୍ରସ୍ତାବ ଉପରେ ମୋହର ବାଜିଛି। ଆଜି ମୋଟ ୧୫ଟି ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା । ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ସୂଚନା ଅନୁସାରେ- ଲିଜ୍ ଜମିକୁ ସ୍ଥିତିବାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। କଫି ଚାଷ ବୃଦ୍ଧି ନେଇ ପ୍ରସ୍ତାବକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ । ଏହାସହ MSME ବିଭାଗର ଏକ ପ୍ରସ୍ତାବ ଉପରେ ମୋହର ବାଜିଛି । ଏଣିକି ରାଜ୍ୟରେ ନିର୍ମାଣ ହେବ ଇଭି ଗାଡି । JSW କରିବ ଇଭି ଗାଡି ନିର୍ମାଣ । ଏହାସହ ଗୃହ ପଞ୍ଜୀକରଣ ନିୟମରେ ବି କୋହଳ କରାଯାଇଛି । ଆହୁରି ବି ବାୟୋଟେକ୍ନୋଲଜି ୨୦୨୪କୁ ମିଳିଛି ମଞ୍ଜୁରୀ । ଏହାସହ ପିଡିଏସ ବ୍ୟବସ୍ଥାର ସଂଶୋଧନ, ଗ୍ରୁପ ଏ ଓ ଗ୍ରୁପ ବି ଅଫିସର ନିଯୁକ୍ତି ପ୍ରକ୍ରିୟାରେ ସଂଶୋଧନ । ଏହାସହ କଳାହାଣ୍ଡି କୋକସରାରେ ହେବ ଏକସାଇଜ ଷ୍ଟେସନ, ଓଡିଶା ଅଗ୍ନିଶମବାହିନୀ ନିଯୁକ୍ତିରେ ହେବ ସଂଶୋଧନ । ଖୋର୍ଦ୍ଦା ଡେରାସରେ ହେବ କର୍ମଜୀବୀ ମହିଳାଙ୍କ ପାଇଁ ହଷ୍ଟେଲ । ଆହୁରି ବି ଟ୍ୱିନ ସିଟିରେ ନିର୍ମାଣ ହେବ ଇବି ଗାଡି । କଟକ ନରାଜରେ ସ୍ଥାପନ ହେବ ଏହି ଇଭି ସେଣ୍ଟର । JSW ନିର୍ମାଣ କରିବା ଏହି ଗାଡି କାରଖାନା । ଏଥିପାଇଁ ଜାଗା ଚିହ୍ନଟ ହୋଇଛି ।






More Stories
ମଣ୍ଡି ଦାୟିତ୍ଵରେ ରହିବେ ମନ୍ତ୍ରୀ…..
ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ,କଲମ ମନା…..
ଲଘୁ ଖଣିଜରୁ ସଂଗୃହୀତ ପାଣ୍ଠି ସେହି ଜିଲ୍ଲାରେ ଖର୍ଚ୍ଚ କରାଯିବ……