ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ପଞ୍ଚମ ପାଳି ସରକାରର ପଞ୍ଚମ ବର୍ଷ ଆରମ୍ଭର ପ୍ରଥମ ଦିନରେ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ସରକାର ନିର୍ବାଚନ ବର୍ଷକୁ ପ୍ରବେଶ କରୁଥିବାରୁ ଏହି କ୍ୟାବିନେଟରେ କିଛି ବଡ଼ ଘୋଷଣା ହୋଇପାରେ ବୋଲି ସୂଚନା ରହିଛି । ପ୍ରାୟ ୭/୮ଟି ପ୍ରସ୍ତାବ ବୈଠକରେ ପାରିତ ହୋଇପାରେ । ସାମାଜିକ ସୁରକ୍ଷା, କୃଷି, ସମବାୟ, ଖାଦ୍ୟ ଯୋଗାଣ, ଜଳସମ୍ପଦ, ନଗର ଉନ୍ନୟନ, ପର୍ଯ୍ୟଟନ, ପୂର୍ତ୍ତ ଓ ପଞ୍ଚାୟତିରାଜ ବିଭାଗର କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କ୍ୟାବିନେଟ ମୋହର ମିଳିବା ସମ୍ଭାବନା ଅଛି ।






More Stories
ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ…..
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
‘ଏସ୍ଓପି’ ନ ମାନିଲେ ଦରମା ବନ୍ଦ…..