ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ମଧ୍ୟାହ୍ନ ପ୍ରାୟ ୧୨ଟାରେ ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ୍ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ଏଥର କୃଷକ, ମହିଳା ଓ ଯୁବବର୍ଗଙ୍କ ଲାଗି ସ୍ବତନ୍ତ୍ର ଯୋଜନା ପ୍ରସ୍ତାବ ଆସିବ। ଏହାସହିତ ଅସହାୟ ବୃଦ୍ଧ/ବୃଦ୍ଧା ଙ୍କ ପାଇଁ ସରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିପାରନ୍ତି । ମହିଳା ସଶକ୍ତୀକରଣ , ଯୁବବର୍ଗଙ୍କୁ ସଶକ୍ତୀକରଣ ଉପରେ ଯୋଜନାର ପରିକଳ୍ପନା କରାଯାଇଛି। ଏହାବାଦ୍ କୃଷି ,କ୍ରୀଡ଼ା, ଅର୍ଥ, ସ୍ବାସ୍ଥ୍ୟ ଓ ସୂଚନା ପ୍ରଯୁକ୍ତି ଓ ବିଦ୍ୟା ବିଭାଗ ପକ୍ଷରୁ ୧୦ଟିରୁ ଊର୍ଦ୍ଧ୍ବ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ଲାଗି ରହିଛି।






More Stories
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..