ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜ୍ୟ କ୍ୟାବିନେଟ୍ର ବୈଠକ | ଅପରାହ୍ନରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ର ବୈଠକ ଅନୁଷ୍ଠିତ ହେବ| ଏହି ବୈଠକରେ ୧୨ଟିରୁ ଅଧିକ ପ୍ରସ୍ତାବକୁ ମଂଜୁରୀ ମିଳିବା ସମ୍ଭାବନା ରହିଛି। ପଞ୍ଚାୟତିରାଜ, ସମବାୟ, କୃଷି, ସ୍ୱାସ୍ଥ୍ୟ, ଶିଳ୍ପ ଓ ଜଳ ସମ୍ପଦ ବିଭାଗର ପ୍ରସ୍ତାବ ଗୁଡ଼ିକୁ ଆଲୋଚନା ପାଇଁ ତାଲିକାଭୁକ୍ତ କରାଯାଇଛି। ଆଜି ମଧ୍ୟ ମନ୍ତ୍ରିପରିଷଦ ବୈଠକ ଅନୁଷ୍ଠିତ ହେବ। ଚଳିତ ମାସ ୨୧ ରେ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ୨୪ ତାରିଖରେ ୨୦୨୩- ୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ ହେବାକୁ ଥିବାରୁ ମନ୍ତ୍ରିପରିଷଦ ବୈଠକରେ ବଜେଟକୁ ଅନୁମୋଦନ ଦିଆଯିବ ବୋଲି ଜଣାପଡ଼ିଛି।






More Stories
ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ…..
ଡାଲମା ହାଣ୍ଡିରେ ବିଷାକ୍ତ ସାପ,୩୦ ଅସୁସ୍ଥ …..
‘ଏସ୍ଓପି’ ନ ମାନିଲେ ଦରମା ବନ୍ଦ…..