Report Card Odisha

| Daily Odia News

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଏଥର ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଉଦ୍ୟୋଗୀ ଯୋଜନାର ସଂଶୋଧିତ ନୀତି ସହିତ ନଗର ଉନ୍ନୟନ ବିଭାଗର ଯନ୍ତ୍ରୀଙ୍କ କ୍ୟାଡର ପୁନର୍ଗଠନ ଭଳି ପ୍ରାୟ ୧୨ରୁ ଊର୍ଦ୍ଧ୍ବ ପ୍ରସ୍ତାବ ଆସିବାକୁ ରହିଛି। ଏହାସହିତ ମେଟ୍ରୋ ଟ୍ରେନ୍‌ ପ୍ରକଳ୍ପ ପ୍ରସଙ୍ଗ ମଧ୍ୟ କ୍ୟାବିନେଟରେ ଆସିବ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି। ସୂଚନାଯୋଗ୍ୟ ଯେ, ଚଳିତ ମାସ ୭ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମେଟ୍ରୋ ରେଳ ପ୍ରକଳ୍ପ ଲାଗି ଆବଶ୍ୟକ ୫୯୨୯ କୋଟି ଟଙ୍କାର ବିସ୍ତୃତ ପ୍ରକଳ୍ପ ରିପୋର୍ଟ(ଡିପିଆର)କୁ ଅନୁମୋଦନ ଦେଇଥିଲେ। ୪ବର୍ଷରେ ପୂର୍ଣ୍ଣାଙ୍ଗ ହେବାକୁ ଥିବା ଏହି ପ୍ରକଳ୍ପର ଶିଳାନ୍ୟାସ ୨୦୨୪ ଜାନୁଆରୀ ପହିଲାରେ ହେବାକୁ ରହିଛି। ଏହାସହିତ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକଙ୍କ କ୍ୟାଡର ପୁନର୍ଗଠନ ଏବଂ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନର୍ସିଂ ଓ ଫାର୍ମାସିଷ୍ଟ ଭଳି ବିଭିନ୍ନ ବର୍ଗଙ୍କ କ୍ୟାଡର ପୁନର୍ଗଠନ ପ୍ରସ୍ତାବ ଆସିବାକୁ ଥିବା ଜଣାଯାଇଛି।

Breaking News