ରିପୋର୍ଟ କାର୍ଡ / ଭୁବନେଶ୍ୱର
ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଛ’ ମାସ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର୍। ଏଥିପାଇଁ ରାଜ୍ୟ ସରକାର ଗତ ଡିସେମ୍ବର ୩୧ରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଥିଲେ। ମୁଖ୍ୟ ସଚିବ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ଆଗାମୀ ଫେବୃଆରୀ ୨୮ରେ ଶେଷ ହେବାକୁ ଥିଲା। ଏହା ପୂର୍ବରୁ ତାଙ୍କ କାର୍ଯ୍ୟକାଳ ଆଉ ଛ’ ମାସ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ର ସାଧାରଣ, ଅଭିଯୋଗ, ତାଲିମ ଓ ପେନସନ ବିଭାଗ ଉପ ସଚିବ ଦେବେନ୍ଦ୍ର କୁମାର ଗୁରୁବାର ରାଜ୍ୟ ସରକାରଙ୍କୁ ଚିଠି ଲେଖି ଏଭଳି ଅନୁମୋଦନ ସଂପର୍କରେ ସୂଚନା ଦେଇଛନ୍ତି। ଏଥିଯୋଗୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି ପାଇଛି। ୨୦୨୦ ମସିହାରେ ଶ୍ରୀ ମହାପାତ୍ର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୮୬ ବ୍ୟାଚ୍ର ଏହି IAS ଅଫିସର ଦୀର୍ଘ ବର୍ଷ ଧରି ଓଡିଶାର ବିଭିନ୍ନ ଜିଲ୍ଲାରେ କାର୍ଯ୍ୟ କରିବା ସହ ରାଜ୍ୟ ସରକାରଙ୍କ ଏକାଧିକ ବିଭାଗର ଦାୟିତ୍ୱ ତୁଲାଇଛନ୍ତି






More Stories
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
୨୩ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଘୋଷଣା…..