Report Card Odisha

| Daily Odia News

ବୁଲା ପ୍ରାଣୀଙ୍କ ପାଇଁ ୬୭ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବୁଲା ପ୍ରାଣୀଙ୍କ ପାଇଁ ୬୭ ଲକ୍ଷ ୫୨ ହଜାର ଟଙ୍କା ମଞ୍ଜୁର ହୋଇଛି । ଏହି ଟଙ୍କା ତୃତୀୟ ପର୍ଯ୍ୟାୟରେ ଅନୁମୋଦନ ହୋଇଛି । ଅସହାୟ ଭାବେ ବୁଲୁଥିବା ଗାଈ ଗୋରୁ ଓ କୁକୁରଙ୍କୁ ଖାଦ୍ୟ ଯୋଗାଇବାକୁ ଏହି ଟଙ୍କା ଖର୍ଚ୍ଚ ହେବ । ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଦିନକୁ ୨୦ ହଜାର ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ, ୪ଟି ମ୍ୟୁନିସିପାଲ କର୍ପୋରେସନରେ ଦିନକୁ ୧୦ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ ହେବ । ସେହିପରି ୪୮ଟି ମ୍ୟୁନିସିପାଲିଟି ଦିନକୁ ୫ହଜାର ଟଙ୍କା ଲେଖାଏଁ ଖର୍ଚ୍ଚ କରିବେ । ୬୧ଟି ପୌରପାଳିକା ଦିନକୁ ୨ହଜାର ଟଙ୍କା ଖର୍ଚ୍ଚ କରିବେ । ପୂର୍ବରୁ ୨ଟି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଟିରୁ ୧ କୋଟି ୧୩ ଲକ୍ଷ ୯୪ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । କଟକ ମହାନଗର ନିଗମକୁ ୧୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଇଛି । ପୂର୍ବରୁ କଟକ ମହାନଗର ନିଗମକୁ ୨୬ କୋଟି ୭୧ ଲକ୍ଷ ୧୯ ହଜାର ୧୪୪ ଟଙ୍କା ପ୍ରଦାନ କରାଯାଇଛି । ମୋଟାମୋଟି ଭାବେ କଟକ ମହାନଗର ନିଗମକୁ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୧ କୋଟି ୭୧ ଲକ୍ଷ ୧୯ହଜାର ୧୪୪ ଟଙ୍କା ମିଳିଛି ।

Breaking News