Report Card Odisha

| Daily Odia News

ଚାଷୀଙ୍କ ପାଇଁ କେନ୍ଦ୍ର କୁ ଚିଠି ଲେଖିଲେ ନବୀନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କୁ କୁ ଚିଠି ଲେଖିଛନ୍ତି ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ରାଜ୍ୟକୁ ଆବଶ୍ୟକତା ଅନୁସାରେ କେନ୍ଦ୍ରରୁ ସାର ମିଳୁନି। ଚଳିତ ଖରିଫ ଋତୁରେ ଜୁଲାଇ ୩୧ ସୁଦ୍ଧା ଚାହିଦା ମୁତାବକ ୟୁରିଆ ଓଡ଼ିଶାକୁ ଯୋଗାଇ ଦିଆଯାଇଥିବା ବେଳେ ଡିଏପି ଓ ଏମଓପି ଯୋଗାଣରେ ଅଭାବ ପରିଲକ୍ଷିତ ହୋଇଛି। ଏଥର ଭଲ ମୌସୁମୀ ବର୍ଷା ହୋଇଥିବାରୁ ଚାଷକାର୍ଯ୍ୟ ପାଇଁ ଏହି ସାରର ବ୍ୟାପକ ଆବଶ୍ୟକତା ରହିଛି। ଅଗଷ୍ଟ-ସେପ୍ଟେମ୍ବରରେ ସାରର ସର୍ବାଧିକ ଚାହିଦା ଥାଏ। ଏସମୟରେ ଯୋଗାଣରେ ଅଭାବ ରହିଲେ, ରାଜ୍ୟର କୃଷି ଉତ୍ପାଦନ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶଙ୍କା ବ୍ୟକ୍ତ କରିଛନ୍ତି। ଚାଷୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟକୁ ମାସିକ ଆବଶ୍ୟକତା ଭିତ୍ତିରେ ସାର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କୁ ଚିଠି ଲେଖି ତାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ର ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ ଭଗୱନ୍ତ ଖୁବା ଆଜି ଏହି ପ୍ରସଙ୍ଗରେ ପାଲଟା ଜବାବ ରଖିଛନ୍ତି। ଓଡ଼ିଶାକୁ ଚାହିଦା ମୁତାବକ ନୁହେଁ, ତାଠାରୁ ଅଧିକ ସାର ଯୋଗାଇ ଦିଆଯାଉଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଖୁବା କହିଥିଲେ |

Breaking News