ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦଳୀୟ ରାଜନୀତିକୁ ନେଇ ମୁହାଁମୁହିଁ ହୋଇଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ତାରାବାହିନୀ ପତି । ଦଳୀୟ କାର୍ଯ୍ୟକ୍ରମରେ କଟକ ବାରବାଟୀ ବିଧାୟକ ମହମଦ ମୋକିମ ସାମିଲ ହେଉନଥିବା ନେଇ ଗଣମାଧ୍ୟମରେ ପତିକ୍ରିୟା ରଖିଛନ୍ତି । ସେ କହିଛନ୍ତି “ମୋତେ ଦଳ ପକ୍ଷରୁ ସୋ କଜ୍ ନୋଟିସ ହୋଇଥିଲା । ମୁଁ ତାହାର ଉତ୍ତର ରଖିଛି । ଯେ ପର୍ଯ୍ୟନ୍ତ ଦଳ ପକ୍ଷରୁ ସୋ କଜର ଉତ୍ତର ନେଇ କୌଣସି ଚିଠି ମିଳିନି ସେ ପର୍ଯ୍ୟନ୍ତ ମୁଁ କଂଗ୍ରେସ କାର୍ଯ୍ୟାଳୟକୁ ଯିବିନି କି କଂଗ୍ରେସର କୌଣସି ବି କାର୍ଯ୍ୟକ୍ରମରେ ସାମିଲ ହେବିନି । କେବଳ କଟକ ଭିତରେ ସୀମିତ ରହିବି । କଂଗ୍ରେସର କିଛି ନେତା ଦଳ ଛାଡ଼ିବା ନେଇ ପତିକ୍ରିୟାରେ କହିଛନ୍ତି କଂଗ୍ରେସରେ କିଛି ନେତାଙ୍କ ମନ ଉଣା ରହୁଛି । ସାଙ୍ଗଠନିକ ବିସ୍ତାର ବେଳେ ବରିଷ୍ଠ ନେତା ଙ୍କୁ ଅଣଦେଖା କରାଯାଉଛି । ଯୁବକମାନଙ୍କୁ ଅଗ୍ରାଧିକାର ମିଳୁନି । ତେଣୁ ଅନେକ ଯୁବ କର୍ମୀ ଦଳ ଛାଡ଼ୁଛନ୍ତି । ସେପଟେ ମୋକିମଙ୍କ ଜବାବ କୁନେଇ ବିଧାୟକ ତାରପ୍ରସାଦ ବାହିନୀପତି କାଉଣ୍ଟର କରିଛନ୍ତି | କହିଛନ୍ତି କି ମୁଁ ଚାରି ଚାରି ଥରର ବିଧାୟକ । କେତେବେଳେ ଡ଼ଷ୍ଟବିନରେ ପଡିଛି ତ କେତେବେଳେ ଷ୍ଟେଜରେ ଫୁଲ ମାଳ ପିନ୍ଧିଛି । ତେଣୁ ମହମ୍ମଦ ମୋକିମ ଥରକର ବିଧାୟକ ହୋଇ ଏତେ ବ୍ୟଗ୍ର କାହିଁକି ହେଉଛନ୍ତି । ଦଳ ତାଙ୍କୁ ବହୁତ କିଛି ଦେଇଛି । କଂଗ୍ରେସ ପାଇଁ ସବୁ କିଛି ପାଇଛନ୍ତି । ଦଳକୁ ଆଗ ଦେଖନ୍ତୁ । ଯେଉଁମାନଙ୍କର ମନ ଉଣା ରହିଛି । ସେମାନଙ୍କ ପାଇଁ ବାଟ ବନ୍ଦ ହୋଇନି । ବାଟ ରହିଛି । ସେ ବିଷୟରେ ଚିନ୍ତା କରାଯାଉଛି ।






More Stories
ସୁଜାତାଙ୍କୁ ରାଜ୍ୟସଭା ପଠାଯାଉ……
ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ……
ବିଜେଡି ଅଛି,ରହିବ:ଶହେ ବର୍ଷ ରହିବ-ନବୀନ…..