ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ମାସ ୧୦ ତାରିଖରେ ଝାରସୁଗୁଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ଏହାକୁ ନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜର ନିଜର ପ୍ରସ୍ତୁତ ଜୋରଦାର ଚଳାଇଛନ୍ତି। ଏହା ପୂର୍ବରୁ ତିନି ଦଳ ନିଜ ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରିଥିଲେ । ସୋମବାର କଂଗ୍ରେସ ପକ୍ଷରୁ ୫ ଜଣଙ୍କୁ ବରିଷ୍ଠ ଉପସଭାପତି, ୧୨ ଜଣଙ୍କୁ ଉପସଭାପତି, ଜଣଙ୍କୁ କୋଷାଧ୍ୟକ୍ଷ, ୩୯ଙ୍କୁ ଜଣ ସାଧାରଣ ସମ୍ପାଦକ, ୬୧ ଜଣଙ୍କୁ ସମ୍ପାଦକ, ୬୭ ଜଣଙ୍କୁ କାର୍ଯ୍ୟନିର୍ବାହୀ କମିଟି, ୨୭ ଜଣଙ୍କୁ ମିଡ଼ିଆ ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇଛି । ରାଜ୍ୟ ପ୍ରଦେଶ କଂଗ୍ରେସ (ପିସିସି)ର ଏହି ନୂଆ ଟିମରେ ମୋଟ ୨୧୨ ଜଣ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି । ପିସିସିର ଏହି ଟିମକୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ପକ୍ଷରୁ ମଞ୍ଜୁରୀ ମିଳିଥିବା ବେଳେ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..