ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ପୁଣି ଡ୍ରାଇଭର ମହାସଂଘ ୧୦ ଦଫା ଦାବି ନେଇ ଆନ୍ଦୋଳନ କୁ ଓଲ୍ଲହାଇଛି । ସମ୍ମାନ,ସୁରକ୍ଷା ଓ ବୀମା ଆଦି ବିଭିନ୍ନ ଦାବିରେ ଓଡିଶା ଡ୍ରାଇଭର ମହାସଂଘର ପକ୍ଷରୁ ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକରେ ହଜାର ହଜାର ଡ୍ରାଇଭର ଏକାଠି ହୋଇ ଡରାନା ଦେଇଛନ୍ତି | ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଡ୍ରାଇଭର ଆସି ଏକତ୍ରିତ ହେବାରୁ ରସୁଲଗଡ,ବାଣୀବିହାର ରାଜମହଲ,ଆଚାର୍ଯ୍ୟ ବିହାର,ଜୟଦେବ ବିହାର ଆଦି ଛକରେ ରାସ୍ତାଜାମ୍ ହୋଇଛି। ଡ୍ରାଇଭରଙ୍କୁ ଦ୍ୱିତୀୟ ସୈନିକର ମାନ୍ୟତା ଦେବା ସହ ସେମାନଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ ଲାଗି ଆଇନ ପ୍ରଣୟନ, ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ,ଦୁର୍ଘଟଣାରେ ମୃତ ଡ୍ରାଇଭରଙ୍କୁ ୨୦ ଲକ୍ଷ, ଆହତ ଡ୍ରାଇଭରଙ୍କୁ ୧୦ ଲକ୍ଷ ବୀମାରାଶି, ଦୁର୍ଘଟଣାରେ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ବୀମା ଯୋଗାଇ ଦିଆଯାଉ, ୫୫ ବର୍ଷ ପରେ ପେନସନ ଦେବାକୁ ଦାବି, ଡ୍ରାଇଭରଙ୍କୁ ଆବାସ ଯୋଜନାରେ ଗୃହନିର୍ମାଣ,ଡ୍ରାଇଭରଙ୍କ ପିଲାଙ୍କୁ ଉଚ୍ଚଶିକ୍ଷା ଲାଗି ବ୍ୟବସ୍ଥା କରାଯିବା, ଗାଡି ଗୁଡିକୁ ପାର୍କି ଏବଂ ଡ୍ରାଇଭର ମାନଙ୍କ ବିଶ୍ରାମ ପାଇଁ ବିଶ୍ରାମଗାର,ଶୌଚାଳୟର ବ୍ୟବସ୍ଥା, ଡ୍ରାଇଭର ମାନଙ୍କର ନିର୍ଦ୍ଧାରିତ ମୂଲ୍ୟାଙ୍କନ ଏବଂ ଗାଡି ଚଳାଇବା ପାଇଁ ସମୟସୀମା ଧାର୍ଯ୍ୟ କରାଯାଉ ଆଦି ଦାବି ନେଇ ଡ୍ରାଇଭର ମହାସଂଘ ଆନ୍ଦୋଳନ କରିଛନ୍ତି।






More Stories
ବିରୋଧୀଙ୍କ ମୌନ ପ୍ରତିବାଦ……
ବରଗଡ ଧନୁଯାତ୍ରା ପାଇଁ ୧ କୋଟି…..
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..