ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମଲେଖାଇଥିବା ଛାତ୍ରଛାତ୍ରୀମାନେ କଲେଜ ବଦଳି ପାଇଁ ଆବେଦନ ସମୟ ବୃଦ୍ଧି କରାଯାଇଛି । ଛାତ୍ରଛାତ୍ରୀମାନେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ କଲେଜ ବଦଳି (ଟ୍ରାନ୍ସଫର୍) ପାଇଁ ଅନ୍ଲାଇନ୍ରେ ଆବେଦନ କରିପାରିବେ । ଏହା ପରେ ଗତ ୧୨ରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଛାଡ଼ିବାକୁ ଥିବା କଲେଜରେ ତଥ୍ୟ ଯାଞ୍ଚ ହେବ । ଆସନ୍ତା ୧୭ରୁ ଫେବ୍ରୁଆରୀ ୪ ତାରିଖ ପର୍ଯ୍ୟନ୍ତ ଡିଷ୍ଟ୍ରିକ୍ ନୋଡାଲ୍ ସାମ୍ସ ରିସୋର୍ସ ସେଣ୍ଟରରେ ପୁଣି ଥରେ ତଥ୍ୟ ସବୁ ଯାଞ୍ଚ ହେବ । ଫେବ୍ରୁଆରୀ ୭ରୁ ୧୧ ତାରିଖ ଭିତରେ ଜିଲ୍ଲା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ଆବେଦନପତ୍ରର ସମୀକ୍ଷା କରାଯାଇ ଅନୁମତି ଦିଆଯିବ । ଏହାପରେ ଫେବ୍ରୁଆରୀ ୯ରୁ ୧୬ ତାରିଖ ଭିତରେ ଛାତ୍ରଛାତ୍ରୀମାନେ ଆବେଦନ କରିଥିବା ହାୟାର ସେକେଣ୍ଡାରୀ ସ୍କୁଲରେ ଯାଇ ନାମଲେଖାଇବେ । ଅନ୍ୟପକ୍ଷରେ ୨୦୨୧-୨୨ ବର୍ଷ ପାଇଁ ଯୁକ୍ତ ତିନି ପ୍ରଥମ ବର୍ଷରେ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି । ପରେ ଆଉ ନାମଲେଖା ପାଇଁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇବ ନାହିଁ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଯାଇଛି ।
More Stories
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ……
ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଙ୍କୁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର ……