ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେ’ ପହିଲାରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବ । ଏଣିକି ୧୦୦% ସିଲାବସରେ ହେବ ପାଠପଢା | ଏନେଇ ଆଜି ନୂଆ ଶିକ୍ଷାବର୍ଷ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ଦେଇଛନ୍ତି। ନୂଆ ଶିକ୍ଷାବର୍ଷରୁ ଶତ ପ୍ରତିଶତ କୋର୍ସରେ ପାଠପଢା ହେବ। ପୂର୍ବରୁ ସ୍ଥିତିକୁ ଦୃଷ୍ଟିରେ ରଖି ୩୦ ପ୍ରତିଶତ ସିଲାବସ୍ କଟା ଯାଇଥିଲା। ନବମ ଓ ଦଶମ ଶ୍ରେଣୀ ପାଇଁ ପ୍ରାକ୍ଟିକାଲ ପରୀକ୍ଷା ବ୍ୟବସ୍ଥା ରହିବ। ମହାମାରୀ ପ୍ରଭାବ ନଥିବାରୁ ପୂର୍ବଭଳି ପରୀକ୍ଷା କରିବାକୁ ସିବିଏସଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆମେ ମଧ୍ୟ ଏ ବିଷୟରେ ଚିନ୍ତା କରୁଛୁ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି। ନବମ ଓ ଦଶମ ଶ୍ରେଣୀ ପାଇଁ ପ୍ରାକ୍ଟିକାଲ ପରୀକ୍ଷା କଥା ମଧ୍ୟ ଚିନ୍ତା କରାଯାଉଛି।






More Stories
ରାଜ୍ୟ ସରକାରଙ୍କୁ ଜୋରିମାନା…..
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାଁ ଘୋଷଣା କଲା ଭାଜପା…..
ହେବ ନାହିଁ ବିଦ୍ୟୁତ୍ କାଟ୍…..