ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଏବଂ ରାଜ୍ୟଗୁଡ଼ିକୁ ପୁଞ୍ଜି ଖର୍ଚ୍ଚକୁ ତ୍ୱରାନ୍ୱିତ କରିବା ଏବଂ ସେମାନଙ୍କ ବିକାଶ/କଲ୍ୟାଣ ସମ୍ବନ୍ଧୀୟ ଖର୍ଚ୍ଚ ପାଇଁ ଅର୍ଥ ଯୋଗାଇବା ପାଇଁ କେନ୍ଦ୍ର ସରକାର ଟିକସ ହସ୍ତାନ୍ତରର ଏକ ଅଗ୍ରୀମ କିସ୍ତି ଭାବେ ରାଜ୍ୟ ସରକାରମାନଙ୍କୁ ୧,୦୧,୬୦୩ କୋଟି ଟଙ୍କାର ଟିକସ ହସ୍ତାନ୍ତର କରିଥିବାବେଳେ ଓଡିଶା ସରକାରକୁ ୪୬୦୧ କୋଟି ଟଙ୍କା ଦେଇଛନ୍ତି । ଅର୍ଥ ଯୋଗାଇବା ପାଇଁ, କେନ୍ଦ୍ର ସରକାର ୨୦୨୫ ମସିହା ଅକ୍ଟୋବର ୧୦ ତାରିଖରେ ଜାରି ହେବାକୁ ଥିବା ସାଧାରଣ ମାସିକ ହସ୍ତାନ୍ତର ବ୍ୟତୀତ ୨୦୨୫ ଅକ୍ଟୋବର ୧ ତାରିଖରେ ରାଜ୍ୟ ସରକାରମାନଙ୍କୁ ଅତିରିକ୍ତ ୧,୦୧,୬୦୩ କୋଟି ଟଙ୍କାର ଟିକସ ହସ୍ତାନ୍ତର ଜାରି କରିଛନ୍ତି। ଏହି ତାଲିକାରେ ଉତ୍ତରପ୍ରଦେଶକୁ ୧୮,୨୨୭ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ବିହାରକୁ ୧୦,୨୧୯ କୋଟି, ପଶ୍ଚିମବଙ୍ଗକୁ ୭୬୪୪ କୋଟି, ମଧ୍ୟପ୍ରଦେଶକୁ ୭୯୭୬ କୋଟି ଓ ମହାରାଷ୍ଟ୍ରକୁ ୬୪୧୮ କୋଟି ଟଙ୍କା ପ୍ରଦାନ କରାଯାଇଛି।






More Stories
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ…..