Report Card Odisha

| Daily Odia News

ଓଡ଼ିଶାକୁ ୭୦୭ କୋଟି ଅନୁଦାନ ଦେଲା କେନ୍ଦ୍ର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଓଡ଼ିଶା ସମେତ ୨୨ଟି ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ କେନ୍ଦ୍ର ସରକାର ୭୫୩୨ କୋଟି ଅନୁଦାନ ରାଶି ପ୍ରଦାନ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଅନୁମୋଦନ କ୍ରମେ ଓଡ଼ିଶାକୁ ରାଜ୍ୟ ବିପର୍ଯୟ ପରିଚାଳନା ପାଣ୍ଠି (ଏସଡିଆରଏଫ)କୁ ଚଳିତ ବର୍ଷ ପ୍ରଥମ କିସ୍ତିରେ ୭୦୭.୬୦ କୋଟି ଅନୁଦାନ ମିଳିଛି। ଏହି ଅନୁଦାନ ବାତ୍ୟା, ମରୁଡ଼ି, ଭୂମିକମ୍ପ, ଅଗ୍ନିକାଣ୍ଡ, ବନ୍ୟା, ସୁନାମି, କୁଆପଥର ବୃଷ୍ଟି, ଭୂସ୍ପଳନ, ବରଫ ପାହଡ଼ ଧସିବା, ବାଦଲ ଫଟା ବର୍ଷା, କୀଟପତଙ୍ଗ ଆକ୍ରମଣ, ଥଣ୍ଡା ଏବଂ ଶୀତଲହର ମୁକାବିଲା ଲାଗି ରାଜ୍ୟ ଗୁଡ଼ିକ ଖର୍ଚ୍ଚ କରିପାରିବେ। ଅର୍ଥ ଆୟୋଗଙ୍କ ଅନୁମୋଦନ କ୍ରମେ ଦୁଇଟି ପର୍ଯ୍ୟାୟରେ ସମାନ କିସ୍ତିରେ ପ୍ରତିବର୍ଷ କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରେ କେନ୍ଦ୍ରୀୟ ଅଂଶ ପ୍ରଦାନ କରିଥାନ୍ତି। ଏସଡିଆରଏଫରେ କେନ୍ଦ୍ର ସରକାରଙ୍କ ୭୫ ପ୍ରତିଶତ ଏବଂ ରାଜ୍ୟ ସରକାରଙ୍କ ୨୫ ପ୍ରତିଶତ ଅଂଶ ରହିଥାଏ।

 

Breaking News