ରିପୋର୍ଟ କାର୍ଡ /ଭୁବନେଶ୍ୱର
ରାଜ୍ୟ ସରକାର ୨୦୦୯ ବ୍ୟାଚ୍ ଆଇଏଏସ୍ ଡଃ ଏନ୍ . ଥିରୁମାଳା ନାଏକଙ୍କୁ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ(ଅତିରିକ୍ତ ସିଇଓ) ଭାବେ ବଦଳି ହୋଇଛି । ଏବେ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଭାବେ ନିକୁଞ୍ଜ ବିହାରୀ ଧଳ ଦାୟିତ୍ୱ ତୁଲାଉଛନ୍ତି ଓ ଅନ୍ୟ ୨ଜଣ ବରିଷ୍ଠ ଓଏଏସ୍ ଅଫିସର ‘ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ’ ଦାୟିତ୍ୱ ତୁଲାଉଛନ୍ତି ।ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ଶ୍ରମ କମିଶନର ତଥା ଓଡ଼ିଶା ଜୀବିକା ମିଶନ ନିର୍ଦ୍ଦେଶକ ୨୦୦୯ ବ୍ୟାଚ୍ ଆଇଏଏସ୍ ଡଃ ଥିରୁମାଳା ନାଏକଙ୍କୁ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ବଦଳି କରାଯାଇଛି । ଥିରୁମାଳାଙ୍କ ବଦଳି ପରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ପଦବୀକୁ ରାଜ୍ୟ ସରକାର ଆଇଏଏସ୍ କ୍ୟାଡ଼ରରେ ଅତିରିକ୍ତ ସଚିବଙ୍କୁ ମିଳୁଥିବା ସୁବିଧା ଓ ଦାୟିତ୍ୱ ସମକକ୍ଷ ଘୋଷଣା କରିଛନ୍ତି।






More Stories
ପାହାଡପୁରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ…..
ବଦଳିବ ଜିଲ୍ଲାର ଇଂରାଜୀ ନାମ…..
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……