ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାର ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ନିଜ ଶିକ୍ଷାନୁଷ୍ଠାନରେ ନିଟ୍ ଏବଂ ଜେଇଇ ମାଗଣା କୋଚିଂ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କୋଚିଂ ପାଇଁ ରାଜ୍ୟର ୪୦ ପ୍ରତିଶତ ଶିକ୍ଷାନୁଷ୍ଠାନରେ ସ୍ମାର୍ଟ ଶ୍ରେଣୀଗୃହ ପ୍ରସ୍ତୁତ ସାରିଛି ଏବଂ ଚଳିତ ମାସ ଶେଷ ସୁଦ୍ଧା ଏହା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆରମ୍ଭ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ନିର୍ଦ୍ଦେଶକ ରଘୁରାମ ଆୟାର କହିଛନ୍ତି ଯେ, ରାଜ୍ୟର ସମସ୍ତ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷଙ୍କୁ ସ୍ମାର୍ଟ କ୍ଲାସ୍ରୁମ ପ୍ରସ୍ତୁତ ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ଇତି ମଧ୍ୟରେ ୩୦ ରୁ ୪୦ ପ୍ରତିଶତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ୍ ହୋଇଗଲାଣି। ଏହି ସ୍ମାର୍ଟ କ୍ଲାସ୍ରୁମ୍ରେ ଜେଇଇ ଏବଂ ନିଟ୍ କୋଚିଂ ଦିଆଯିବ। ଏହାସହ ସମସ୍ତ ଶିକ୍ଷାନୁଷ୍ଠାନରୁ ଛାତ୍ରଛାତ୍ରୀଙ୍କ ତାଲିକା ମଗାଯାଇଛି। ଏହି ମାଗଣା କୋଚିଂ ସକାଳ ୮ଟା ୩୦ରୁ ଆରମ୍ଭ ହୋଇ ୧୦ଟା ପର୍ଯ୍ୟନ୍ତ ଚାଲୁ ରହିବ। ପ୍ରଥମ ଏକଘଣ୍ଟା କୋଚିଂ ଓ ବାକି ୩୦ ମିନିଟ୍ ଦ୍ବନ୍ଦ୍ବ ଦୂର ପାଇଁ ବ୍ୟବସ୍ଥା କରାଯାଇଛି। ଏନେଇ ବିଷୟବସ୍ତୁ ସହ ପାଠ ପଢ଼ାଇବା ପାଇଁ ଏକ ଟିମ୍ ଗଠନ ହୋଇଛି। ଏହି କ୍ଲାସ୍ ସମୟରେ ଛାତ୍ରଛାତ୍ରୀଙ୍କ ଗହଣରେ ନିଜେ ଅଧ୍ୟାପକ ଉପସ୍ଥିତ ରହିବେ। କ୍ଲାସ ସରିବା ପରେ ଶିକ୍ଷାନୁଷ୍ଠାନର ମୁଖ୍ୟ ରିପୋର୍ଟ ଦେବେ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..