Report Card Odisha

| Daily Odia News

୧୨ରୁ ‘କୃଷି ଓଡ଼ିଶା’ ଉତ୍ସବ, ସାମିଲହେବେ ୫ହଜାର ମହିଳା ଚାଷୀ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଆସନ୍ତା ୧୨ରୁ ୧୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନଠାରେ ‘କୃଷି ଓଡ଼ିଶା’ ଉତ୍ସବ ଅନୁଷ୍ଠିତ ହେବ । ଉତ୍ସବରେ ରାଜ୍ୟରେ ପ୍ରାୟ ୫ହଜାର ମହିଳା ଚାଷୀ, ୨ହଜାର ମହିଳା ଏସଏଚଜି ସଦସ୍ୟା ଓ କୃଷି ଉଦ୍ୟୋଗୀମାନେ ସାମିଲ ହେବେ । ଏଥିପାଇଁ ରାଜ୍ୟ ସରକାର ବ୍ୟାପକ ଆୟୋଜନ କରିଛନ୍ତି । ସାଧାରଣ ନିର୍ବାଚନୀ ବର୍ଷରେ ଗାଁ ଗହଳିରୁ ଚାଷୀ ଓ ମହିଳା ଏସଏଚଜିଙ୍କୁ ଭୁବନେଶ୍ୱର ଆଣି ନିଜର ପ୍ରଚାରପ୍ରସାର ଉପରେ ନବୀନ ପଟ୍ଟନାୟକ ସରକାର ଗୁରୁତ୍ୱ ଦେଇଛନ୍ତି । ଆଜି ଏହି କୃଷି ଉତ୍ସବ ସମ୍ପର୍କରେ ସୂଚନା ଦେଇ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଯେ, କୃଷି ଓଡ଼ିଶା ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ଓ ରାଜ୍ୟପାଳ ରଘୁବର ଦାସ ଉଦଯାପନୀ ସମାରୋହରେ ଯୋଗ ଦେବେ।

Breaking News