Report Card Odisha

| Daily Odia News

୪୪ ଜଣ ଅଫିସରଙ୍କ ବଦଳି,ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟ ସରକାର ଆଜି ଓଡ଼ିଶା ପ୍ରଶାସନିକ ସେବା ଓ ଓଡ଼ିଶା ରାଜସ୍ୱ ସେବା ର ୪୪ଜଣ ଅଫିସରଙ୍କ ବଦଳି କରିଛନ୍ତି। ସେଥିରେ ୩୦ଟି ପୌର ସଂସ୍ଥା(ଏନଏଏସି ଓ ପୌରାଂଚଳ)ରେ ନୂଆ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତ ହୋଇଛନ୍ତି । ଆଜି ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବରିଷ୍ଠ ଓଏଏସ୍ ଶୁଭେନ୍ଦୁ କୁମାର ସାହୁଙ୍କୁ କଟକ ମହାନଗର ନିଗମର ଅତିରିକ୍ତ କମିଶନର, ସମ୍ବିତ କୁମାର ରାଉତଙ୍କୁ ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର, ତରୁଣକାନ୍ତଙ୍କୁ ରାଉରକେଲା ମହାନଗର ନିଗମର ଡେପୁଟି କମିଶନର, ବିନୋଦ କୁମାର ବେହେରାଙ୍କୁ ଭୁବନେଶ୍ୱର ମହାନଗର ନିଗମର ଡେପୁଟି କମିଶନର, ରାକେଶ କୁମାର ପାତ୍ରଙ୍କୁ ଭୁବନେଶ୍ୱର ମହାନଗର ନିଗମର ଆସିଷ୍ଟାଣ୍ଟ କମିଶନର, ଯସ୍ମିନ କୁମାର ପ୍ରଧାନ ଓ ଅଜୟ କୁମାର ମହାନ୍ତିଙ୍କୁ ଭୁବନେଶ୍ୱର ମହାନଗରର ଡେପୁଟି କମିଶନର ଭାବେ ବଦଳି କରାଯାଇଛି। ସେହିପରି ସୁକାନ୍ତ ଚନ୍ଦ୍ର ବେଉରାଙ୍କୁ କବିସୂର୍ଯ୍ୟନଗର ଏନଏଏସି କାର୍ଯ୍ୟନିର୍ବାହୀ ଅଧିକାରୀ(ଇଓ), ସ୍ନେହଲତା ଆଚାର୍ଯ୍ୟ-ନୟାଗଡ଼ ମ୍ୟୁନିସପାଲଟି, ପଲ୍ଲବୀ ବେହେରା- ପିପିଲି ଏନଏସି, ବିଶ୍ୱଜିତ ରାୟ-ବଡ଼ବିଲ ମ୍ୟୁନିସପାଲଟି, ପ୍ରମୋଦ କୁମାର ପାଢ଼ୀ-କୋଟପାଡ଼ ଏନଏସି, ଦ୍ୟୁତିକୃଷ୍ଣ ପାତ୍ରଙ୍କୁ କୋରାପୁଟ ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି ହୋଇଛି। ସେହିପରି ପ୍ରଫୁଲ୍ଲ କୁମାର ବିଶ୍ୱାଳଙ୍କୁ ସୋରଡ଼ା ଏନଏସି,ରାଜେନ୍ଦ୍ର କୁମାର ଖୋରାଙ୍କୁ ମାଲକାନଗିରି ମ୍ୟୁନିସପାଲଟି, ସାମନ୍ତ ବିଶ୍ୱମ୍ବର ମହାପାତ୍ରଙ୍କୁ ବେଲଗୁଣ୍ଠା ଏନଏଏସି, ପ୍ରେମଲଳଲ ହିଆଲଙ୍କୁ ବୁଗୁଡ଼ା ଏନଏଏସି, ମୁରଲୀକୃଷ୍ଣ ପଣ୍ଡାଙ୍କୁ ଭଞ୍ଜନଗର ଏନଏଏସି, ଗୋବିନ୍ଦ ଦଣ୍ଡସେନାଙ୍କୁ ପୁରୁଷୋତ୍ତମପୁର ଏନଏଏସି, ପ୍ରସନ୍ନ କୁମାର ଦାଶଙ୍କୁ ନୀଳଗିରି ଏନଏଏସି, ଆକୃତି ଗୋଏଙ୍କାଙ୍କୁ ଜୁନାଗଡ଼ ଏନଏଏସି, ଅଭିଷେକ ପଣ୍ଡାଙ୍କୁ ପାରାଦୀପ ମ୍ୟୁନିସପାଲଟି, ରଶ୍ମୀରଞ୍ଜନ ଦାସଙ୍କୁ ବୀରମିତ୍ରପୁର ଏନଏଏସି, ଆଶୁତୋଷ ଗୌରବ କରଙ୍କୁ କେନ୍ଦ୍ରାପଡ଼ା ମ୍ୟୁନିସପାଲଟି, ସୌମ୍ୟରଞ୍ଜନ ମିଶ୍ରଙ୍କୁ ରାୟଗଡ଼ା ମ୍ୟୁନିସପାଲଟି, ସୁଜିତ୍ କୁମାର ଚୌଧୁରୀଙ୍କୁ ପାରଳାଖେମୁଣ୍ଡି ମ୍ୟୁନିସପାଲଟି, କୃଷ୍ଣଚନ୍ଦ୍ର ରଥଙ୍କୁ କୋଦଳା ଏନଏଏସି, ପୂଜା ରାଉତଙ୍କୁ ଦଶପଲ୍ଲା ଏନଏଏସି, ୟସିର ବିଲାଲ ଅହମ୍ମଦଙ୍କୁ ଛତ୍ରପୁର ଏନଏଏସି, ଅଶୋକ କୁମାର କର୍ଣ୍ଣଙ୍କୁ ଦିଗପହଣ୍ଡି ଏନଏଏସି, ସମ୍ବିତ ସଂଗ୍ରାମଜିତ୍ ସାହୁଙ୍କୁ ଯାଜପୁର ମ୍ୟୁନିସପାଲଟି, ସମ୍ବିତ ଦାଶଙ୍କୁ ଝାରସୁଗୁଡ଼ା ମ୍ୟୁନିସପାଲଟି, ଅକ୍ଷୟ କୁମାର ବଡ଼ୁଙ୍କୁ ଜଗତସିଂହପୁର ମ୍ୟୁନିସପାଲଟି, ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କୁ ଜଟଣୀ ମ୍ୟୁନିସପାଲଟି, ପ୍ରଦୀପ କୁମାର ଶାହଙ୍କୁ ଆଠଗଡ଼ ଏନଏଏସି, ମନୋଜ କୁମାର ତାଣ୍ଡିଙ୍କୁ ଟିଟିଲାଗଡ଼ ମ୍ୟୁନିସପାଲଟି ଓ ବନମାଳୀ ଶତପଥୀଙ୍କୁ ଉମରକୋଟ ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି ।

Breaking News