ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ବଦଳି କରିଛନ୍ତି । ବରିଷ୍ଠ ଓଏଏସ୍ ବିମଳେନ୍ଦୁ ରାୟଙ୍କୁ ଓମଫେଡ୍ ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀ ରାୟ ଏବେ ଏକ୍ସପୋର୍ଟ ପ୍ରମୋସନ ଆଣ୍ଡ ମାର୍କେଟିଂ(ପିଇପିଏମ)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ଯୁଗ୍ମ ସଚିବ ଭବାନୀ ପ୍ରସାଦ ମିଶ୍ରଙ୍କୁ ବ୍ରହ୍ମପୁର ମହାନଗର ନିଗମର କମିଶନର ଭାବେ ବଦଳି ହୋଇଛି ।ସୋମବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ପୁରୀ ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ୍ ପ୍ରଦୀପ କୁମାର ସାହୁ(କ)ଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଅତିରିକ୍ତ ପ୍ରଶାସକ ଭାବେ ବଦଳି ହୋଇଛି । ସେହିପରି ସମ୍ବଲପୁରର ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ(ଖ)ଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ବରଗଡ଼ର ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କୁ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ, ଭବାନୀ ପ୍ରସାଦ ମିଶ୍ରଙ୍କୁ ବ୍ରହ୍ମପୁର ମହାନଗର ନିଗମର କମିଶନର ଭାବେ ବଦଳି ହୋଇଛି । ହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ସମ୍ବିତ କୁମାର ରାଉତଙ୍କୁ ବ୍ରହ୍ମପୁରସ୍ଥିତ ଗଞ୍ଜାମ-କୋରାପୁଟ ପ୍ରମୁଖ ବନ୍ଦୋବସ୍ତର ବନ୍ଦୋବସ୍ତ ଅଧିକାରୀ ଭାବେ ବଦଳି ହୋଇଛି । ଓଡିଶା ଷ୍ଟାଫ ସିଲେକ୍ସନ କମିଶନରେ ଯୁଗ୍ମ ସଚିବ ଶରତ ଚନ୍ଦ୍ର ବେହେରାଙ୍କୁ ପୁରୀ ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି ହୋଇଛି । ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ ଓଏଏସ୍ ମହେନ୍ଦ୍ର ମହାପାତ୍ରଙ୍କୁ ବରଗଡ଼ର ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ବ୍ରହ୍ମପୁର ମହାନଗର ନିଗମର ଅତିରିକ୍ତ କମିଶନର ରମେଶ ହାସଦାଙ୍କୁ ବ୍ରହ୍ମପୁର ଉନ୍ନୟନ ପ୍ରାଧିକରଣର ସଚିବ ଭାବେ ବଦଳି ହୋଇଛି । ଭୁବନେଶ୍ୱର ଇଡକୋ ଲ୍ୟାଣ୍ଡ ଅଫିସର ସମ୍ବିତ କୁମାର ଗଡ଼ନାୟକଙ୍କୁ ସମ୍ବଲପୁର ଅତିରିକ୍ତ ଜିଲ୍ଲାପାଳ, କୁଚିଣ୍ଡା ଅତିରିକ୍ତ ଉପଜିଲ୍ଲାପାଳ ହେମସାଗର ଭୋଇଙ୍କୁ କୁଚିଣ୍ଡା ଉପଜିଳ୍ଲାପାଳ ଭାବେ ବଦଳି ହୋଇଛି । ସେହିପରି ପାପଡ଼ାହାଣ୍ଡି ବିଡିଓ ଦୁର୍ଯ୍ୟୋଧନ ଭୋଇଙ୍କୁ ମାଲକାନଗିରି ଉପଜିଲ୍ଲାପାଳ ଭାବେ ବଦଳି ହୋଇଛି ।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..