Report Card Odisha

| Daily Odia News

ରାଜ୍ୟ ମୁଖ୍ୟ ଶାସନ ସଚିବ ହେଲେ ପ୍ରଦୀପ ଜେନା, ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବେ ପ୍ରଦୀପ ଜେନା । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ପ୍ରଦୀପ ରାଜ୍ୟ ସରକାରଙ୍କ ସ୍ପେଶାଲ ରିଲିଫ୍ କମିଶନର ଦାୟିତ୍ୱରେ ରହିଛନ୍ତି । ସେ ଆସନ୍ତା ମାସ ୧ ତାରିଖରେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ। ତେବେ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ଥିବା ସୁରେଶ ମହାପାତ୍ରଙ୍କୁ ରାଜ୍ୟ ସରକାର ଏକ ନୂଆ ଦାୟିତ୍ୱ ଦେଇଛନ୍ତି । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (ଓଇଆରସି)ର ଅଧ୍ୟକ୍ଷ ଦାୟିତ୍ୱ ନେବେ । ଆସନ୍ତା ୨୮ ତାରିଖରେ ସୁରେଶଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି । ସୁରେଶଙ୍କ ନିଯୁକ୍ତି ନେଇ ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ସୁରେଶଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ଦ୍ୱିତୀୟ ଥର ଛଅ ମାସ ପାଇଁ ବୃଦ୍ଧି କରିଥିଲେ । ଏପରିକି ତାଙ୍କର କାର୍ଯ୍ୟକାଳ ତୃତୀୟ ଥର ପାଇଁ ମଧ୍ୟ ବୃଦ୍ଧି ହେବା ନେଇ ଚର୍ଚ୍ଚା ହେଉଥିଲା ।

Breaking News