ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟ ସରକାର ୫୩ଜଣ ଓଏଏସ୍ ଅଫିସରଙ୍କୁ ବଦଳି କରିଛନ୍ତି । ଏହି ୫୩ଜଣଙ୍କୁ ମିଶାଇଲେ ବଦଳି ହୋଇଥିବା ଜିଲ୍ଲାସ୍ତରର ଓଏଏସ୍ ଅଫିସରଙ୍କ ସଂଖ୍ୟା ୩୦୦ ଅତିକ୍ରମ କରିବ । ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୫୩ଜଣ ଓଏଏସ୍ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ତହସିଲଦାର, ଡେପୁଟି କଲେକ୍ଟର, ବିଡିଓ ଭାବେ ନିଯୁକ୍ତି ମିଳିଛି । ଏହି ସମସ୍ତ ଅଫିସରଙ୍କୁ ଗତକାଲି ୨୪ତାରିଖରେ ବଦଳି ନିର୍ଦ୍ଦେଶ ସହ ସେଣ୍ଟ୍ରାଲି ରିଲିଭ୍ କରାଗଲା ବୋଲି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଏହି ଅଫିସରମାନଙ୍କୁ ଆଜିସୁଦ୍ଧା ନିଶ୍ଚିତ ଭାବେ ନୂତନ ସ୍ଥାନରେ ଯୋଗ ଦେବାକୁ କୁହାଯାଇଛି । ଯାହାଫଳରେ ୨୭ତାରିଖରୁ ଆରମ୍ଭ ହେଉଥିବା ସ୍ୱତନ୍ତ୍ର ଫଟୋ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ସେମାନେ ଦାୟିତ୍ୱ ତୁଲାଇପାରିବେ ।ସୂଚନାଯୋଗ୍ୟ, ଗତ ସପ୍ତାହରେ ପଂଚାୟତିରାଜ ବିଭାଗ ପକ୍ଷରୁ ୨୯ଜଣ ଓଏଏସଙ୍କୁ ବିଡିଓ ଭାବେ ବଦଳି କରାଯାଇଥିଲା । ସେହିପରି ରାଜସ୍ୱ ବିଭାଗ ମଧ୍ୟ ୨୨୦ଜଣ ବିଡିଓଙ୍କୁ ବିଭିନ୍ନ ସ୍ଥାନରେ ତହସିଲଦାର, ଡେପୁଟି କଲେକ୍ଟର, ବିଡିଓ ଆଦି ଭାବେ ବଦଳି କରିଥିଲା ।






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..