Report Card Odisha

| Daily Odia News

ଓଡ଼ିଶା ସାରା ଦେଶକୁ ମାର୍ଗଦର୍ଶନ କରିଛି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଆଜି କାମାକ୍ଷାନଗର-ଡୁବୁରୀ ୪ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ-୫୩ ଓ ମୋଟେର- ବାନେର ଲଡ଼ୁଗାଁ ରାସ୍ତାର ସଂପ୍ରସାରଣ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ଓ ସହକାରୀତା ମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସଭା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ରାସ୍ତା ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ର ସ୍ବରାଷ୍ଟ୍ର ଓ ସହକାରୀତା ମନ୍ତ୍ରୀ ଅମିତ ଶାହ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ବ ଦେଉଛନ୍ତି। ଦେଶର ବିକାଶ, ଦେଶର ଭାଗ୍ୟ ରାଜମାର୍ଗ ସହ ଜଡ଼ିତ। ଗତ ୯ ବର୍ଷ ମଧ୍ୟରେ ଜାତୀୟ ରାଜପଥ ବାବଦରେ ଭାରତ ସରକାର ବିପୁଳ ଅର୍ଥ ବିନିଯୋଗ କରିଛନ୍ତି। ପୂର୍ବାଞ୍ଚଳର ବିକାଶ ହେଲେ ଭାରତର ବିକାଶ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ମୋଦୀ ସରକାର ରାଜ୍ୟ ସରକାରଙ୍କ ସହ ମିଶି ଦେଶର ବିକାଶ କରିଛନ୍ତି। ଓଡ଼ିଶାରେ ନକ୍ସଲ ଗତିବିଧି କମିଛି। ଏଥିଲାଗି ଓଡ଼ିଶା ସରକାରଙ୍କ ଅବଦାନକୁ ମୁଁ ପ୍ରଶଂସା କରୁଛି। ଓଡ଼ିଶାର ବିକାଶ ଲାଗି ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସରକାରଙ୍କ କାର୍ଯ୍ୟ ପ୍ରଶଂସନୀୟ। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସାରା ଦେଶକୁ ମାର୍ଗଦର୍ଶନ କରିଛି। ଉକ୍ତ କାର୍ଯ୍ୟକ୍ରମରେ ଗୃହ ମନ୍ତ୍ରୀ ଅମିତ ଶାହ ଉଦବୋଧନ ଦେଇ ପ୍ରାରମ୍ଭରେ କହିଛନ୍ତି, ଓଡ଼ିଶା ଭଳି ଗୁଜରାଟ ଲୋକ ବି ଜଗନ୍ନାଥଙ୍କୁ ବହୁତ ଭକ୍ତି କରନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିର ଦିନରେ ୩୭୦ ଧାରା ଉଚ୍ଛେଦ କରିଥିଲ। ଏହି ଅବସରରେ ସାରା ଦେଶବାସୀ ବିଶେଷକରି ଜମ୍ମୁ-କଶ୍ମୀରବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ବଧାଇ ଜଣାଉଛି।

Breaking News