ରିପୋର୍ଟ କାର୍ଡ / କଟକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କୁ ଆଗୁଆ ଜାମିନ ମିଳିଛି । ଆଜି ଓଡିଶା ହାଇକୋର୍ଟରୁ ଜୁଏଲଙ୍କୁ ଆଗୁଆ ଜାମିନ ମିଳିଥିବା ସୂଚନା ମିଳିଛି । ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଜଣେ ପ୍ରାର୍ଥିନୀଙ୍କ ପାଇଁ ସହାୟତା ଲୋଡିବାକୁ ଯାଇ ଜୁଏଲ ଓରାମଙ୍କଠାରୁ ଅଶାଳୀନ ବ୍ୟବହାରର ଶିକାର ହୋଇଥିଲେ ଜିଲ୍ଲା ଶ୍ରମ ପ୍ରତିନିଧି ଗୌରୀ ମୁଣ୍ଡାରୀ । ଜୁଏଲ ଫୋନ୍ରେ ତାଙ୍କ ବ୍ୟକ୍ତିଗତ ଚରିତ୍ରକୁ ନେଇ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ କରି ରାଉରକେଲା ଝିରପାଣି ଥାନାରେ ପ୍ରାର୍ଥିନୀ ଏତଲା ଦେଇଥିଲେ । ଅନ୍ୟପକ୍ଷରେ ଜୁଏଲଙ୍କ ଗାଳିଗୁଲଜକୁ ପ୍ରତିବାଦ କରି ଗୌରୀ ସେକ୍ଟର-୩ ସ୍ଥିତ ପାର୍ଟି ଅଫିସ୍ରେ ପହଞ୍ଚି ଭଙ୍ଗାରୁଜା କରିଥିଲେ । ଅଫିସ୍ ଭଙ୍ଗା ଘଟଣାରେ ପାର୍ଟି ଅଫିସ୍ରୁ ସେକ୍ଟର-୩ ଥାନାରେ ଗୌରୀଙ୍କ ନାଁରେ ଲିଖିତ ଅଭିଯୋଗ କରାଯାଇଥିଲ ।






More Stories
ଫେବୃଆରୀ ୧୯ରୁ ମାଟ୍ରିକ୍ ପରୀକ୍ଷା…..
ବିଧାୟକଙ୍କୁ ହତ୍ୟା ଧମକ…..
ଏସ୍ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ଗିରଫ……