Report Card Odisha

| Daily Odia News

ଅମାନିଆଙ୍କୁ ଲକଡାଉନ ଓ ସଟଡାଉନ୍ ଚେତାବନୀ….

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ରାଜ୍ୟ ସରକାର କଟକଣା ଲାଗୁକରିଛନ୍ତି | କରୋନା ସଂକ୍ରମଣ ରୋକିବା ପାଇଁ ନିୟମ ମାନିବାକୁ ପରାମର୍ଶ ଦେଉଛନ୍ତି। ହେଲେ କେତେ ଜଣ ଅମାନିଆ ଏହାକୁ ଅଣଦେଖା କରୁଛନ୍ତି। ଯେଉଁ ସ୍ଥାନରେ ଲୋକେ କୋଭିଡ୍ ନିୟମ ନମାନିବେ ଏବଂ ଅଧିକ ଭିଡ଼ ହେବ ସେଠାରେ ଲକଡାଉନ ଓ ସଟଡାଉନ୍ ଭଳି ଚରମ ପଦକ୍ଷେପ ନିଆଯାଇପାରେ ବୋଲି ଚେତାବନୀ ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ତେବେ ବର୍ତ୍ତମାନ ସବୁ ଜାଗାରେ ଲକଡାଉନ୍, ସଟଡାଉନ୍ ଆବଶ୍ୟକତା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ସେପଟେ ଆଜି ଅପରାହ୍ନରେ ଅଛି ପୋଲିସ ମହାନିର୍ଦ୍ଦେଶକଙ୍କ ପ୍ରେସମିଟ୍ । ଡିଜିପି ଅଭୟ ସାଢ଼େ ୪ଟାରେ ପ୍ରେସମିଟ । କରିବେ କୋଭିଡ କଟକଣା ନେଇ ସେ କିଛି ଘୋଷଣା କରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ରାଜ୍ୟରେ ଦିନକୁ ଦିନ କରୋନାର ସଂକ୍ରମଣ ବଢ଼ି ଚାଲିଛି ।

 

 

Breaking News