Report Card Odisha

| Daily Odia News

ହାଇକୋର୍ଟରେ ଶୀତ ଅବକାଶ…..

ରିପୋର୍ଟ କାର୍ଡ / କଟକ

ହାଇକୋର୍ଟରେ ଶୀତ ଅବକାଶ ଆରମ୍ଭ ହୋଇଛି। ୨୦୨୩, ଜାନୁଆରି ୨ରେ ଓଡିଶା ହାଇକୋର୍ଟ ଖୋଲିବ। ଶୀତ ଅବକାଶ ସମୟରେ ଡକ୍ଟର ଜଷ୍ଟିସ ବି.ଆର.ଷଡଙ୍ଗୀ ଅବକାଶକାଳୀନ ବିଚାରପତି ଦାୟିତ୍ବରେ ରହିବେ। ଶୀତ ଅବକାଶ ସମୟରେ ଡିସେମ୍ବର ୨୬, ୨୭, ୨୮, ୨୯, ୩୦ ଓ ୩୧ରେ ହାଇକୋର୍ଟ କାର୍ଯ୍ୟାଳୟ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଖୋଲା ରହିବ। କାର୍ଯ୍ୟ ଦିବସରେ ଦିନ ୧୧ଟାରୁ ୧୨ଟା ମଧ୍ୟରେ ନୂଆ ମାମଲା ରୁଜୁ ପାଇଁ ଅବକାଶ ଦାୟିତ୍ବରେ ଥିବା ଅଧିକାରୀ ଗ୍ରହଣ କରିବେ। ଏଥିସହିତ ଅବକାଶ ସମୟରେ ଇ-ଫାଇଲିଂ ପୋର୍ଟାଲ ମାଧ୍ୟମରେ ମଧ୍ୟ ମାମଲା ଦାଖଲ କରାଯାଇ ପାରିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ତରଫରୁ ପ୍ରକାଶିତ ବିଜ୍ଞପ୍ତିରୁ ସ୍ପଷ୍ଟ ହୋଇଛି।

Breaking News