Report Card Odisha

| Daily Odia News

ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା ଘୋଷଣା କଲା ପଞ୍ଚାୟତିରାଜ ବିଭାଗ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସଂରକ୍ଷଣ ତାଲିକା କୁ ଆଜି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ବିଭିନ୍ନ ଜିଲ୍ଲା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ପଞ୍ଚାୟତିରାଜ ବିଭାଗ । ତାଲିକାକୁ ନେଇ ଯଦି କୌଣସି ଆପତ୍ତି ଥାଏ ତେବେ ଅଭିଯୋଗ ଏବଂ ପରାମର୍ଶ ଗ୍ରହଣ କରିପାରିବେ । ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସଂରକ୍ଷଣ ତାଲିକାକୁ ନେଇ କୌଣସି ଅଭିଯୋଗ କିମ୍ବା ପରାମର୍ଶ ପାଇଁ ଜାନୁଆରୀ ୧ ତାରିଖ ଯାଏଁ ସମୟ ଦିଆଯାଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷଣ ତାଲିକା​‌ ପ୍ରକାଶ ପାଇଛି । ମହିଳାଙ୍କ ପାଇଁ ସଂରକ୍ଷଣ ଥିବା ଜିଲ୍ଲାଗୁଡିକ ହେଉଛି- ଖୋର୍ଦ୍ଧା, ଗଞ୍ଜାମ, ଝାରସୁଗୁଡା, ସମ୍ବଲପୁର, ନୂଆପଡା, ପୁରୀ, ଢେଙ୍କାନାଳ, ବଲାଙ୍ଗିର । ଅନୁଗୁଳ, କଟକ, କେନ୍ଦୁଝର, ଗଜପତି, ଦେବଗଡ, ନୟାଗଡ, ସୋନପୁର, ବରଗଡ, ବାଲେଶ୍ବର ଜିଲ୍ଲା ଅଣସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି । ସେହିଭଳି ମୟୁରଭଞ୍ଜ, ସୁନ୍ଦରଗଡ, ନବରଙ୍ଗପୁର ଜିଲ୍ଲାରେ ଅନୂସୁଚିତ ଜନଜାତି(ST)ଙ୍କ ପାଇଁ ସଂରକ୍ଷିତ ରହିଛି । କେନ୍ଦ୍ରାପଡା, ବୌଦ୍ଧ, ଯାଜପୁର ଜିଲ୍ଲା ଅନୂସୂଚିତ ଜାତି(SC) ମହିଳା, ଭଦ୍ରକ ଅନୂସଚିତ ଜାତି, ମାଲକାନାଗିରି, କନ୍ଧମାଳ, କୋରାପୁଟ ଏବଂ ରାୟଗଡା ଅନୂସଚିତ ଜାତି(ST) ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି ।

 

 

 

 

 

 

 

Breaking News