ରିପୋର୍ଟ କାର୍ଡ / ଭୁବନେଶ୍ଵର
ଏଣିକି ଆଉ ଦେହରେ ଟାଟୁ କରିପାରିବେନି ପୋଲିସ ଅଧିକାରୀ। ଟାଟୁ କରିଥିବା ପୋଲିସ କର୍ମଚାରୀଙ୍କୁ କଡା ନିର୍ଦ୍ଦେଶ ରହିଛି । ଦେହରେ ଟାଟୁ ଥିଲେ ୧୫ଦିନ ମଧ୍ୟରେ ତୁରନ୍ତ ଲିଭାଇବାକୁ । ୟୁନିଫର୍ମ ବାହାରେ ଟାଟୁ ଦେଖାଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ସ୍ପେଶାଲ ସିକ୍ୟୁରିଟି ବାଟାଲିୟନରେ କାର୍ଯ୍ୟରତ ସିପାହୀଙ୍କୁ ନିର୍ଦ୍ଦେଶ ରହିଛି । ଡିସିପି କହିଛନ୍ତି ଯେ ଦେହରେ ଟାଟୁ କଲେ ଓଡିଶା ପୋଲିସର ସମ୍ମାନ ହାନି ହେଉଛି। ଯଦି କେହି ଟାଟୁ ନ ଲିଭାନ୍ତି, ତେବେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ୍ ଏଭଳି ନିର୍ଦ୍ଦେଶନାମା ଜାରି କରିଛି ।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….