Report Card Odisha

| Daily Odia News

ନବମ, ଦଶମ ଶ୍ରେଣୀରେ ସାମିଲ ହେଲା ନୂଆ ପାଠ୍ୟକ୍ରମ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ନୂଆ ବିଷୟ ସାମିଲ ହେବ । ଚଳିତ ବର୍ଷ ନବମ ଶେଣୀରୁ ଆରମ୍ଭ ହେବ ନୂଆ ବିଷୟ। ପରେ ଆସନ୍ତା ବର୍ଷଠୁ ଉଭୟ ନବମ ଏବଂ ଦଶମରୁ ଲାଗୁ ହେବ। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ବୋର୍ଡ କତ୍ତୃପକ୍ଷ ସୂଚନା ଦେଇଛନ୍ତି। ପାଠ୍ୟକ୍ରମରେ ଆସପିରେସନାଲ୍ କମ୍ପୋନେଣ୍ଟ ନାମରେ ନୂଆ ବିଷୟ ରହିବ। ଏଣିକି ପ୍ରୋଜେକ୍ଟ ଓ୍ବାର୍କ ରହିଵ। ଇନଫରମେସନ ଟେକ୍ନୋଲୋଜି ମଧ୍ୟ ସିଲାଵସରେ ସାମିଲ୍‌ ରହିବ। ପୁସ୍ତକ ସମୀକ୍ଷା କରାଯାଇ ନୂଆ ଭାଵେ ଏହାକୁ ପାଠ୍ୟକ୍ରମରେ ସାମିଲ କରାଯାଇଛି। ଏହି ଆସପିରେସନାଲ କମ୍ପନେଣ୍ଟରେ ବୁକ୍ ରିଭ୍ୟ, ପ୍ରୋଜେକ୍ଟ ର୍କ, କୋ-କରିକୁଲମ ଆକ୍ଟିଭିଟି, ବେସିକ ଆଇଟି ସ୍କିଲ୍ ଭଳି ୪ଟି ବିଭାଗ ରହିବ। ପ୍ରତ୍ୟେକରେ ୨୫ ଲେଖାଏଁ, ଏବଂ ମୋଟ୍ ବିଷୟ ପାଇଁ ୧୦୦ ମାର୍କ ରହିବ ।

Breaking News