Report Card Odisha

| Daily Odia News

ଲାଞ୍ଚ ନ ନେବାକୁ ସତର୍କ କଲା ଓଡ଼ିଶା ଭିଜିଲାନ୍ସ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଦୁର୍ନୀତିକୁ ରୋକିବା ପାଇଁ ଭିଜିଲାନ୍ସ ନୂତନ ପନ୍ଥା ଅବଲମ୍ବନ କରିଛି। ଲାଞ୍ଚ ନେଉଥିବା ଓ ସହଯୋଗ କରୁଥିବା ବ୍ୟକ୍ତିଙ୍କୁ ସତର୍କ ସୁଚନା ଦିଆଯାଇଛି । ଡିଜିଟାଲ ମୋଡରେ ଲାଞ୍ଚ କାରବାର ହେଉଥିବାକୁ ନେଇ ଭିଜିଲାନ୍ସ ସତର୍କତା ପ୍ରକାଶ କରିଛି । ସୂଚନା ଅନୁଯାୟୀ, ଗତକାଲି ଭୁବନେଶ୍ୱରର ଜଣେ ବ୍ୟକ୍ତି ବିଦ୍ୟୁତ ସଂଯୋଗ ପାଇଁ ନୂଆପଲ୍ଲୀ ସ୍ଥିତି ବିଦ୍ୟୁତ୍ କାର୍ଯ୍ୟାଳୟରେ ପହଁଚିଥିଲେ । ସେଠାରେ ବିଦ୍ୟୁତ ବିଭାଗର କର୍ମଚାରୀ ଶୈଳଯା ମୁଦୁଲି ତରୁଣ ରଞ୍ଜନ ନାୟକ ତାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହି ଟଙ୍କାକୁ ସେ ଫୋନ ପେ ବା ଡିଜିଟାଲ ଆଧାରରେ ଦେବାକୁ କହିଥିଲେ । ଏହି ବ୍ୟକ୍ତି ଜଣକ ଟଙ୍କା ତାଙ୍କୁ ଫୋନ ପେ ମାଧ୍ୟମରେ ଦେବା ପରେ ଭିଜିଲାନ୍ସ ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସ ଏହି ମାମଲାର ତଦନ୍ତ କରିବା ପରେ ସତ ସାମ୍ନାକୁ ଆସିଥିଲା ଏବଂ ସେମାନଙ୍କୁ ଗିରଫ କରାଯାଇଥିଲା । ତେଣୁ ଏନେଇ ରାଜ୍ୟ ଭିଜିଲାନ୍ସ କଡ଼ା ସତର୍କବାଣୀ ପ୍ରକାଶ କରିଛି । ଭିଜିଲାନ୍ସ କହିବା ଅନୁଯାୟୀ, ଲାଞ୍ଚ ନେଉଥିବା ଓ ସହଯୋଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ଚେତାବନୀ ଦିଆଯାଇଛି । ଫୋନ ପେ ରେ ଲାଞ୍ଚ ନେଉଥିଲେ ମଧ୍ୟ ଭିଜିଲାନ୍ସ ଜାଲୁରୁ ଖସି ପାରିବେନି ।

Breaking News