ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଜି ଲୋକସେବା ଭବନରେ ମାଣ୍ଡିଆ ଦିବସ ପାଳିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ୍ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ | ସାରା ରାଜ୍ୟରେ ପ୍ରଥମ ଥର ପାଇଁ ମାଣ୍ଡିଆ ଦିବସ ପାଳନ କରାଇଛି । ମାଣ୍ଡିଆକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ମିଲେଟ ମିଶନ ଆରମ୍ଭ କରାଯାଇଥିଲା । ୪ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି । ୧୫ଟି ଜିଲ୍ଲାର ୮୫ଟି ବ୍ଲକରେ ମାଣ୍ଡିଆ ସଂଗ୍ରହ କରାଯାଉଛି । ମିଲେଟ ମିଶନରେ ୨୦୩୬ ମସିହା ପର୍ଯ୍ୟନ୍ତ ୨୦୦୮ କୋଟି ଟଙ୍କା ଖର୍ଚ୍ଚ ହେବ। ପୁଷ୍ଟିଶସ୍ୟ ଖାଦ୍ୟର ପ୍ରଚାର ପ୍ରସାର ସହିତ ମାଣ୍ଡିଆ ଚାଷ କରିବା ମିଲେଟ ମିଶନର ଲକ୍ଷ୍ୟ। ୧୫ ଟି ଜିଲ୍ଲାରେ ପିଡ଼ିଏସ ମାଧ୍ୟମରେ ସରକାର ମାଣ୍ଡିଆ ଯୋଗାଉଛନ୍ତି । ରାଜ୍ୟ ସରକାରଙ୍କ ମିଲେଟ ମିଶନକୁ କେନ୍ଦ୍ର ସରକାର ଭୁରିଭୁରି ପ୍ରଶଂସା କରିଥିବା ବେଳେ ଏହାକୁ ଜାତିସଂଘର ମାନ୍ୟତା ମିଳିଛି। ମାଣ୍ଡିଆ ଦିବସରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ୱ୍ରମ, ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଏବଂ ଉନ୍ନୟନ କମିଶନର ପ୍ରଦୀପ ଜେନା, ମିଶନ ଶକ୍ତିର ସଚିବ ସୁଜାତା କାର୍ତ୍ତିକେୟନ ପ୍ରମୁଖ ଯୋଗ ଦେଇଥିଲେ।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….