ରିପୋର୍ଟକାର୍ଡ / ଭୁବନେଶ୍ୱର
କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଏକ ପ୍ରେସମିଟ୍ କରି ବଡ଼ ସୂଚନା ଦେଇଛନ୍ତି। ରେଳ ମନ୍ତ୍ରୀ କହିଛନ୍ତି, ବଜେଟ୍ରେ ଓଡ଼ିଶା ପାଇଁ ୧୦ ହଜାର ୯୨୮ କୋଟି ଟଙ୍କା ରହିଛି।ଇଷ୍ଟ- ୱେଷ୍ଟ କରିଡରରୁ ଓଡ଼ିଶାକୁ ବଡ଼ ଫାଇଦା ମିଳିବ। ଇଷ୍ଟ- ୱେଷ୍ଟ କରିଡର ଓଡ଼ିଶା ଦେଇ ଛତିଶଗଡ଼, ମହାରାଷ୍ଟ୍ର, ଗୁଜରାଟ ଯିବ। ଓଡ଼ିଶାର ଶିଳ୍ପ ବିକାଶରେ ଇଷ୍ଟ- ୱେଷ୍ଟ କରିଡର ବଡ଼ ଭୂମିକା ନିଭାଇବ।ଗତ ୧୧ ବର୍ଷରେ ଓଡ଼ିଶାରେ ୨ ହଜାର ୨ ଶହ କିମି ନୂଆ ଟ୍ରାକ ତିଆରି ହୋଇଛି। ଯାହା ସମଗ୍ର ମାଲେସିଆରେ ଥିବା ଟ୍ରେନ ଟ୍ରାକ୍ଠାରୁ ଅଧିକ ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଡବଲ ଇଞ୍ଜିନ ସରକାର ବେଶ ଭଲ କାମ କରୁଛି ବୋଲି ରେଳ ମନ୍ତ୍ରୀ କହିଛନ୍ତି।ରବିବାର ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଦେଶରେ ୭ଟି ହାଇସ୍ପିଡ ରେଲୱେ କରିଡର ନିର୍ମାଣ ହେବ। ବାରଣାସୀ-ସିଲିଗୁଡ଼ି, ଦିଲ୍ଲୀ-ବାରଣାସୀ, ମୁମ୍ବାଇ-ପୁନେ, ବେଙ୍ଗାଲୁର-ଚେନ୍ନାଇ, ପୁନେ- ହାଇଦ୍ରାବାଦ, ହାଇଦ୍ରାବାଦ-ବେଙ୍ଗାଲୁର, ହାଇଦ୍ରାବାଦ-ଚେନ୍ନାଇ ହାଇସ୍ପିଡ ରେଲୱେ କରିଡର ହେବ। ଛୋଟ ସହରରେ ତୀର୍ଥସ୍ଥଳକୁ ବିକଶିତ କରାଯିବ।






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..