Report Card Odisha

| Daily Odia News

ଭାରତର ବିକାଶରେ ଓଡ଼ିଶାର ଭୂମିକା ଅତୁଳନୀୟ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଭାରତୀୟ ସଭ୍ୟତାକୁ ଓଡ଼ିଶା ସମୃଦ୍ଧ କରିଛି। ଆଜି ବିକାଶର ଆଧାର ହୋଇପାରିଛି। ଭାରତର ବିକାଶରେ ଓଡ଼ିଶାର ଭୂମିକା ଅତୁଳନୀୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଏହା କହିଛନ୍ତି। କେନ୍ଦ୍ର ସରକାରଙ୍କ ୧୧ ବର୍ଷ ଓ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଜନତା ମଇଦାନରେ ଆୟୋଜିତ ରାଜ୍ୟସ୍ତରୀୟ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ମୋହନ ମାଝୀଙ୍କ ସରକାର କୋଟିକୋଟି ଭକ୍ତମାନଙ୍କର ନିବେଦନ ରଖିଛନ୍ତି। ଶ୍ରୀମନ୍ଦିରର ଚାରିଦ୍ବାର ଖୋଲିଛି। ରତ୍ନଭଣ୍ଡାର ମଧ୍ୟ ଖୋଲାଯାଇଛି। ଏହା କୋଟିକୋଟି ଭକ୍ତଙ୍କର ଆଶା ଥିଲା। ଆପଣମାନଙ୍କର ଭଲ ପାଇବା ଓ ମହାପ୍ରଭୁଙ୍କ ପ୍ରତି ଥିବା ଭକ୍ତି ଏଠାକୁ ଟାଣିଆଣିଛି। ଜୁନ ୨୦ ଏକ ସ୍ବତନ୍ତ୍ର ଦିନ। ରାଜ୍ୟର ବିଜେପି ସରକାର ଏକ ବର୍ଷ ସଫଳତାର ସହିତ ପୂରା କରିଛି। ଏହା କେବଳ ସରକାରଙ୍କ ନୁହେଁ। ଏହା ସୁଶାସନର ଏକ ବର୍ଷ ପୂର୍ତ୍ତି। ଜନସେବା ଓ ଜନ ବିଶ୍ବାସକୁ ସମର୍ପଣର ବର୍ଷ। ଲୋକେ କଂଗ୍ରେସର ମଡେଲ ଦେଖିଛନ୍ତି। କଂଗ୍ରେସ ମଡେଲରେ ସୁଶାସନ ନଥିଲା। ବିକାଶ ପ୍ରକଳ୍ପକୁ ଅଟକାଇବା, ଦୁର୍ନୀତିକୁ ପ୍ରଶୟ ଦେବା କଂଗ୍ରେସର ମଡେଲ ଥିଲା। ବିଗତ ଏକ ଦଶନ୍ଧିରେ ବିଜେପି ତାର ମଡେଲ ଦେଖାଇଛି। ଆମର ଓଡ଼ିଶା ଅନେକ ସମସ୍ୟାର ସହିତ ଲଢ଼େଇ କରିଛି। ଗରିବୀରୁ ମୁକୁଳିପାରୁ ନଥିଲା। କୃଷି ଭିତ୍ତିଭୂମି ନିମ୍ନସ୍ତରକୁ ଯାଇଥିଲା। ବିଗତ ୧ ବର୍ଷ ମଧ୍ୟରେ ବିଜେପି ସରକାର ମଜବୁତସ୍ତରରେ କାମ କରିଛି। ବିକାଶର ଡବଲ ଇଂଜିନ ଏଠାରେ ଚାଲିଛି। ଆଜି ହଜାର ହଜାର କୋଟିର ଶିଳାନ୍ୟାସ କରାଯାଇଛି। ଏହା ଡବଲ ଇଞ୍ଜିନର ଛାପ। ରାଜ୍ୟ ସରକାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କର କ୍ୟାବିନେଟର ମନ୍ତ୍ରୀଗଣଙ୍କୁ ଅଭିନନ୍ଦନ ଜଣାଉଛି ମୋଦୀ । ଏହି ଟିମ୍ ବିଗତ ଏକ ବର୍ଷ ମଧ୍ୟରେ ଭଲ କାମ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରାହ୍ଣରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲେ । ରାଜ୍ୟରେ ମୋହନ ସରକାରଙ୍କ ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ହରିବାବୁ କମ୍ଭମପତି ପ୍ରମୁଖ୍ୟ ତାଙ୍କୁ ବିମାନବନ୍ଦରରେ ସ୍ଵାଗତ କରିଛନ୍ତି।

Breaking News