ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ବି ସେକ୍ସ ବା ଶାରୀରିକ ସମ୍ପର୍କ ଉପରେ ଖୋଲାଖୋଲି ଭାବେ ଆଲୋଚନା ହୋଇ ନ ଥାଏ । କିନ୍ତୁ ସୁଇଡେନ୍ ସେକ୍ସକୁ ଖେଳ ମାନ୍ୟତା ପ୍ରଦାନ କରିଛି । ଅର୍ଥାତ୍ ଏବେ ଏହି ଦେଶରେ ସେକ୍ସ ପ୍ରତିଯୋଗିତା ଆୟୋଜନ ହେବ । ଏ କ୍ଷେତ୍ରରେ ସୁଇଡେନ୍ ବିଶ୍ୱର ପ୍ରଥମ ଦେଶ ହୋଇଛି । ଏଠାରେ ସେକ୍ସକୁ ଖେଳ ଭାବେ ପଞ୍ଜିକରଣ ମଧ୍ୟ କରାଯାଇଛି । ଆସନ୍ତା ୮ ତାରିଖରୁ ସ୍ୱିଡିଶ୍ ସେକ୍ସ ଫେଡେରେଶନ ପ୍ରଥମ କରି ସେକ୍ସ ଚାମ୍ପିୟନ୍ଶିପ୍ ଆୟୋଜିତ କରିବାକୁ ଯାଉଛି । ସ୍ୱିଡିଶ୍ ସେକ୍ସ ସଂଘ ପକ୍ଷରୁ ଏହି ଚାମ୍ପିୟନଶିପ୍ ଟୁର୍ଣ୍ଣାମେଣ୍ଟ କିଛି ସପ୍ତାହ ପର୍ଯ୍ୟନ୍ତ ଚାଲିବ । ଏଥିରେ ଯେକୌଣସି ୟୁରୋପୀୟ ଦେଶର ପ୍ରତିଯୋଗୀମାନେ ଭାଗ ନେଇପାରିବେ । ଯେ କୌଣସି ଲିଙ୍ଗ ବର୍ଗର ଲୋକଙ୍କୁ ଏଥିରେ ସାମିଲ ହେବାକୁ ଅନୁମତି ରହିଛି । ସେମାନେ ଦିନକୁ ୬ ଘଣ୍ଟା ପ୍ରତିଯୋଗିତା କରିବେ । ଅଦ୍ୟାବଧି ବିଭିନ୍ନ ଦେଶର ୨୦ରୁ ଊଦ୍ଧ୍ୱର୍ ଜଣ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ଆବେଦନ କରିଛନ୍ତି । ୩ ଜୁରୀ ସଦସ୍ୟ ଏବଂ ଦର୍ଶକଙ୍କ ରେଟିଂ ଆଧାରରେ ବିଜେତାଙ୍କୁ ବଛାଯିବ । ସେକ୍ସ ସମ୍ବନ୍ଧିତ ପ୍ରତି କାର୍ଯ୍ୟକଳାପ ବା ମ୍ୟାଚରେ ପ୍ରତିଯୋଗୀଙ୍କୁ ୫ରୁ ୧୦ ଭିତରେ ନମ୍ବର ମିଳିବ । ସେମାନେ ସିଡକ୍ସନଠାରୁ ଆରମ୍ଭ କରି ବଡି ମସାଜ୍ ପର୍ଯ୍ୟନ୍ତ ୧୬ଟି ବର୍ଗରେ ପ୍ରତିଯୋଗିତା କରିବେ । ସେକ୍ସୁଆଲ ଓରିଏଣ୍ଟେସନ (ଯୌନ ଆକର୍ଷଣ) ଏହି ଖେଳରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ଆୟୋଜକମାନେ କହିଛନ୍ତି । ଭବିଷ୍ୟତରେ ଏହାକୁ ଅନ୍ୟ ୟୁରୋପୀୟ ଦେଶଗୁଡ଼ିକ ଆପଣାଇବେ ବୋଲି ଆୟୋଜକ ଆଶା ରଖିଛନ୍ତି । ସେମାନଙ୍କ ମୁତାବକ, କ୍ରୀଡ଼ା ରଣନୀତିର ଏକ ଅଂଶ ଭାବେ ଯୌନ ଆକର୍ଷଣ ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବିକାଶ ହେବ । ସ୍ୱିଡିଶ ଫେଡେରେସନ ଅଫ୍ ସେକ୍ସ ଅଧ୍ୟକ୍ଷ ଡ୍ରାଗନ୍ ବ୍ରେଟିକ୍ କହିଛନ୍ତି, ସେକ୍ସକୁ ଖେଳ ମାନ୍ୟତା ଦେବା ବହୁତ ଜରୁରି ଥିଲା । ଯୌନ କାର୍ଯ୍ୟକଳାପ ମାଧ୍ୟମରେ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ସୁଧାର ଆସିପାରିବ । ଯେ କୌଣସି ଅନ୍ୟ ଖେଳ ଭଳି ସେକ୍ସରେ ମଧ୍ୟ ଜିତିବା ପାଇଁ ତାଲିମ୍ର ଆବଶ୍ୟକତା ରହିଛି । ଏଥିପାଇଁ ଏହି ଡୋମେନ୍ରେ ମଧ୍ୟ ପ୍ରତିଯୋଗିତା ହେବା ଯୁକ୍ତିଯୁକ୍ତ । ଏଥିରେ ମଧ୍ୟ ସୃଜନଶୀଳତା, ଭାବନା, କଳ୍ପନା, ଶାରୀରିକ ଦକ୍ଷତା, ଧୈର୍ଯ୍ୟ ଆଦିକୁ ଗୁରୁତ୍ୱ ଦିଆଯିବ । ପ୍ରତିଯୋଗିତାରେ ଶୃଙ୍ଖଳିତ ଆଚରଣ ପାଇଁ ଅତିରିକ୍ତ ପଏଣ୍ଟ ମିଳିବ । ବିଜୟୀଙ୍କୁ ୭୦-୩୦ ନିୟମରେ ବଛାଯିବ । ଅର୍ଥାତ ଅଡିଏନ୍ସ ଭୋଟ୍ ୭୦% ଏବଂ ଜୁରୀ ସଦସ୍ୟଙ୍କ ୩୦% ମତ ଆଧାରରେ ବିଜେତା ବଛାଯିବେ ।
More Stories
ଆତଙ୍କବାଦୀ ମାସୁଦ ଆଝାରକୁ ହୃଦଘାତ….
ଇମିଗ୍ରେସନ ନିୟମରେ ପରିବର୍ତ୍ତନ କଲା କାନାଡା, ଭାରତୀୟଙ୍କ ପାଇଁ ଅଡୁଆ…..
କଂଗ୍ରେସ ପ୍ରାର୍ଥୀ ତାଲିକା ବିଜେପି ପ୍ରସ୍ତୁତ କରୁଛି….