Report Card Odisha

| Daily Odia News

ଅଫ୍‌ଲାଇନ୍‌ ହେବ ସେମିଷ୍ଟର ପରୀକ୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ଏଣିକି ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକ ଛାତ୍ରଛାତ୍ରୀଙ୍କ ସେମିଷ୍ଟର ପରୀକ୍ଷା ଅଫ୍‌ଲାଇନ୍‌ରେ ହେବ | କୋଭିଡ୍‌ ସ୍ଥିତିରେ ସୁଧାର ଆସିଥିବାରୁ ଅଫ୍‌ଲାଇନ୍‌ରେ ପରୀକ୍ଷା କରାଇବାକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ୟୁଜିସି ସଚିବ ରଜନିସ୍‌ ଜୈନ ଲେଖିଥିବା ଚିଠିରେ କହିଛନ୍ତି ଯେ କୋଭିଡ୍‌-୧୯ କଟକଣା ମଧ୍ୟରେ ଏବେ ଅଫ୍‌ଲାଇନ୍‌ରେ ବିଶ୍ବବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଜାରି ରହିଛି। ତେଣୁ ନିଜ ସେଣ୍ଟରରେ ଛାତ୍ରଛାତ୍ରୀଙ୍କର ଅଫ୍‌ଲାଇନ୍‌ ପରୀକ୍ଷା କରାଯିବାରେ କୌଣସି ଅସୁବିଧା ନାହିଁ। ବର୍ତମାନ ଓ ଭବିଷ୍ୟତରେ ହେବାକୁ ଥିବା ସମସ୍ତ ସେମିଷ୍ଟର ପରୀକ୍ଷା କୋଭିଡ୍‌-୧୯ ଗାଇଡ୍‌ଲାଇନ୍‌ ଅନୁଯାୟୀ ଅଫ୍‌ଲାଇନ୍‌ରେ କରିବାକୁ ପରାମର୍ଶ ଦିଆଯାଇଛି। ପରୀକ୍ଷା ପାଇଁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ସମସ୍ତ ପ୍ରକାର ବିହିତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।

Breaking News