ରିପୋର୍ଟ କାର୍ଡ / କଟକ
ଆଜିଠାରୁ ବାରବାଟୀରେ ହେବାକୁଥିବା ଟି-ଟ୍ୱେଣ୍ଟି ମ୍ୟାଚପାଇଁ ଅଫ୍ଲାଇନ୍ ଟିକେଟ ବିକ୍ରି ହେବ। ଓସିଏ ସହିତ ଅନୁବନ୍ଧିତ ଥିବା ସଂଘ, ସ୍କୁଲ, କଲେଜ, କ୍ଲବ ଓ ଅନୁଷ୍ଠାନ ଆଜି ଟିକେଟ କିଣିପାରିବେ। ଏହି ବର୍ଗରେ ୮ ହଜାର ଟିକେଟ ବିକ୍ରି ହେବ। ଓସିଓ କନ୍ଫରେନ୍ସ ହଲରେ ସକାଳ ୧୦ ଟାରୁ ମିଳିବ ଟିକେଟ। ଏଥିପାଇଁ କାଉଣ୍ଟର କରାଯାଇଛି। ନିଜ ନିଜ କୋଟା ଅନୁସାରେ ଅନୁବନ୍ଧିତ ସଂସ୍ଥାଗୁଡ଼ିକୁ ଟିକେଟ ମିଳିବ। ଏହାପରେ ୯ ଓ ୧୦ ତାରିଖରେ ଷ୍ଟାଡିୟମର ବିଭିନ୍ନ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ବିକ୍ରି ହେବ ୧୬ ହଜାର ୧୫୪ଟି ଟିକେଟ। ଆଗରୁ ଅନ୍ଲାଇନରେ ୫ ହଜାର ଟିକେଟ ବିକ୍ରି ହୋଇଛି। ଗତକାଲି ଅଫ୍ଲାଇନରେ ପ୍ରଥମ ଟିକେଟ କିଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓସିଏର ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ପ୍ରମୁଖ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ଦେବା ସହ ତାଙ୍କ ହାତରୁ ଟଙ୍କା ନେଇଥିଲେ। ଏହି ଅବସରରେ ଟିକେଟ ବିକ୍ରି ପାଇଁ କରାଯାଇଥିବା ସୁବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ ଓସିଏ ସମ୍ପାଦକ। ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବ ଇଣ୍ଡିଆ – ସାଉଥ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..