ରିପୋର୍ଟ କାର୍ଡ / ଭୁବନେଶ୍ୱର
ସୈନକ ସ୍କୁଲ ପାଖରେ ଅଳିଆ ପାହାଡ଼କୁ ହଟାଇବା ନେଇ ଦିନ ଗଡ଼ାଉଥିବା ବେଳେ ପୁରା ଅଞ୍ଚଳ ଦୁର୍ଗନ୍ଧମୟ ହୋଇଯାଇଛି | ଏହି ଘଟଣାକୁ ନେଇ ବିଏମସି କମିଶନରଙ୍କୁ ନୋଟିସ ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିଶନ । ଆସନ୍ତା ଡିସେମ୍ବର ୧୧ ତାରିଖ ଭିତରେ ତଦନ୍ତ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମାନବାଧିକାର କମିଶନ। ମଞ୍ଚେଶ୍ୱର ରେଲୱେ କଲୋନୀ ଅଞ୍ଚଳର ଜଣେ ବାସିନ୍ଦା ଏନେଇ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । ଉକ୍ତ ମାମଲାର ଶୁଣାଣି କରି ରାଜ୍ୟ ମାନବାଧିକାର କମିଶନ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ବିଏମସି ଦ୍ୱାରା ମଞ୍ଚେଶ୍ୱର ଅଞ୍ଚଳରେ ଆବର୍ଜନା ଗଦା କରାଯାଉଛି । ତାହା ପାହାଡ଼ ସଦୃଶ ହୋଇ ଯାଇଥିବା ବେଳେ ତାହାକୁ ଉଠାଇବାକୁ ଦିନ ଗଡ଼ାଉଛି ବିଏମସି। ଫଳରେ ସ୍ଥାନୀୟ ଅଞ୍ଚଳରେ ରହିବା ଅସମ୍ଭବ ହୋଇ ପଡ଼ୁଥିବା ବେଳେ ଲୋକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭୋଗୁଛନ୍ତି।






More Stories
ଦାୟିତ୍ୱ ବାଣ୍ଟିଲେ ନବୀନ…..
ହେରିଟେଜ୍ ହ୍ରଦ ବିନ୍ଦୁ ସାଗର…..
୪ ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…..