Report Card Odisha

| Daily Odia News

ନଦୀ ଭିତରେ ଫାଟିଲା ଗ୍ୟାସ ପାଇପଲାଇନ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଉତ୍ତରପ୍ରଦେଶର ବାଗପତ ଜିଲ୍ଲାର ଜାଗୋଶ ଗ୍ରାମରେ ଯମୁନା ନଦୀ ମଝିରେ ଏକ ଭୟାବହ ଦୃଶ୍ୟ ଦେଖିବାକୁ ମିଳିଥିଲା। କାରଣ ଯମୁନା ନଦୀ ମଝିରେ ଇଣ୍ଡିଆନ ଅଏଲ କମ୍ପାନିର ଗ୍ୟାସ ପାଇପଲାଇନ ହଠାତ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ସମ୍ପର୍କରେ ଖବର ପାଇବା ପରେ ପ୍ରଶାସନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣାସ୍ଥଳରେ ପହଞ୍ଚି ଆଖପାଖ ଅଞ୍ଚଳରେ ଆଲର୍ଟ ଜାରି କରିଥିଲେ। ଏହି ଘଟଣାର ଭିଡିଓ ବି ସୋସିଆଲ ମିଡିଆରେ ଘୁରି ବୁଲୁଛି। ସୂଚନାଯୋଗ୍ୟ, ସକାଳ ୩ଟା ସମୟରେ ଛପରୋଲି ଥାନାର ଜାଗୋଶ ଗ୍ର‌ାମ ନିକଟରେ ଥିବା ଯୁମନା ନଦୀ ଦେଇ ଯାଇଥିବା ପାନିପତ-ଦାଦରି ଗ୍ୟାସ ପାଇପଲାଇନ ହଠାତ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ସମେତ ଜିଲ୍ଲାର ଅନେକ ଅଧିକାରୀ ପହଞ୍ଚିଥିଲେ। ଏହାପରେ ଗ୍ୟାସର ଫ୍ରେସର କମ କରିବାକୁ ସୂଚନା ଦିଆଯାଇଥିଲା। ଗ୍ୟାସର ଫ୍ରେସର କମ ହେବାପରେ ଏହି ପାଇପଲାଇନର ମରାମତି କାମ ଆରମ୍ଭ ହୋଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଗ୍ୟାସ ବିତରଣକୁ ବର୍ତ୍ତମାନ ପାଇଁ ବନ୍ଦ କରି ଦିଆଯାଇଛି।

Breaking News