ରିପୋର୍ଟ କାର୍ଡ / ନୟାଗଡ଼
ବ୍ରିଜ୍ ତଳକୁ ଖସି ଜଳିଗଲା ପେଟ୍ରୋଲ୍ ଟ୍ୟାଙ୍କର । ତେଲ ଟ୍ୟାଙ୍କର ଫାଟିବାରୁ ୪ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ୨ ଜଣ ଓ ମେଡିକାଲରେ ଅନ୍ୟ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନୟାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ- ସୂଚନା ଅନୁସାରେ, ବଡ଼ପଣ୍ଡୁସର ବ୍ରିଜ ଉପରୁ ତଳକୁ ଖସିପଡ଼ିଥିଲା ତେଲ ଟ୍ୟାଙ୍କର । ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସମସ୍ତ ମୃତକ ଇଟାମାଟି ପଣ୍ଡୁସର ଗାଁର ବୋଲି ସୂଚନା ମିଳିଛି । ତେବେ ତେଲ ଟ୍ୟାଙ୍କରଟି ପାରାଦୀପରୁ ନୟାଗଡ଼କୁ ଯାଉଥିବା ବେଳେ ଘଟିଛି ଏହି ଅଘଟଣ






More Stories
ଛାଡ଼ପତ୍ରପ୍ରାପ୍ତ ବିବାହିତ ଝିଅଙ୍କୁ ମିଳିବ…..
ସମ୍ବଲପୁର ତହସିଲ ଦୁଇ ଭାଗ…..
ନବୀନଙ୍କୁ କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ…..