ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଜେଇଇ ୨୦୨୧ର ଅବଧି ପୁନର୍ବାର ବୃଦ୍ଧି କରିଛନ୍ତି ରାଜ୍ୟ ସରକାର | ବି ଟେକ୍ ବ୍ୟତିତ ଅନ୍ୟ ସମସ୍ତ କୋର୍ସ ପାଇଁ ଫର୍ମ ପୂରଣ ଅବଧି ଜୁଲାଇ ୩୦ ଯାଏଁ ବଢାଇ ଦିଆଯାଇଛି । ସେହିପରି ପେମେଣ୍ଟର ଅନ୍ତିମ ତାରିଖକୁ ଅଗଷ୍ଟ ୨ ରାତି ୧୧.୫୯ ଯାଏଁ ବଢାଇ ଦିଆଯାଇଛି । ନୂତନ ଭାବରେ ୯ଟି ଜିଲ୍ଲାରେ ପରୀକ୍ଷା ସେଣ୍ଟର କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ କୋଭିଡ ପରସ୍ଥିତିକୁ ଦୃଷ୍ଟିରେ ରଖି ଭବାନୀପାଟଣା, ନବରଙ୍ଗପୁର, ବୌଦ୍ଧ, ନୂଆପଡା, ଦେବଗଡ, ପୁରୀ, କେନ୍ଦ୍ରାପଡା, ମାଲକାନଗିରି ଓ ସୋନପୁରରେ ନୂଆ ସେଣ୍ଟର ପାଇଁ ଘୋଷଣା କରାଯାଇଛି । ରାଜ୍ୟ ବାହାରେ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ପାଟନା, ରାଞ୍ଚି ଓ କୋଲକାତାରେ ସେଣ୍ଟର କରାଯାଇଛି ।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….