Report Card Odisha

| Daily Odia News

୮୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ…..

ରିପୋର୍ଟ କାର୍ଡ / ସମ୍ବଲପୁର

ଜଣେ ୮୦ ବର୍ଷ ବୟସ୍କା ବୃଦ୍ଧା ଦୁଷ୍କର୍ମର ଶିକାର ହୋଇଛନ୍ତି | ସେ ଗୁରତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଦୁଷ୍କର୍ମ ଅଭିଯୁକ୍ତ ୨୦ ବର୍ଷୀୟ ଯୁବକକୁ ପୋଲିସ ଅଟକ ରଖି ଜେରା କରୁଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ। ମଙ୍ଗଳବାର ଅପରାହ୍ନ ୨ଟା ସମୟରେ ସମ୍ବଲପୁରରେ ପ୍ରବଳ ବର୍ଷା ହେଉଥିଲା। ସେହି ସମୟରେ ଯୁବକ ଜଣକ ବୃଦ୍ଧାଙ୍କ ଘରକୁ ଯାଇଥିଲା। ଘରର କବାଟକୁ ଭିତର ପଟୁ ବନ୍ଦ କରି ବୃଦ୍ଧାଙ୍କୁ ଜବରଦସ୍ତ କିଛି ଖାଇବା ପାଇଁ ଦେଇଦେଲା। ତାପରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଚାଲିଲା। ଜଣେ ପଡ଼ୋଶୀ ସଂପୃକ୍ତ ବୃଦ୍ଧାଙ୍କୁ ଖାଇବା ପାଇଁ ପଚାରିବାକୁ ଯାଇ କବାଟ ଖୋଲିବାକୁ ଡାକିବା ବେଳେ, ‘ମୋତେ ମାରିଦେଲାରେ ବୋଲି ବୃଦ୍ଧା କହିଥିଲେ। ତା’ପରେ ପଡ଼ୋଶୀ ଯେତେ ଡାକିଥିଲେ ବୃଦ୍ଧା ଆଉ ଶୁଣି ନଥିଲେ। ତାଙ୍କର ସନ୍ଦେହ ହେବାରୁ ସେ ବାହାରୁ ତାଲା ପକାଇ ଧନୁପାଲି ଥାନାକୁ ଏ ବିଷୟରେ ଜଣାଇଥିଲେ। ପୋଲିସ ପାଖାପାଖି ୫ଟା ବେଳେ ଯାଇ କବାଟ ଖୋଲିବା ପରେ ବୃଦ୍ଧା ଅଚେତ ଅବସ୍ଥାରେ ଥିଲେ। ଅଭିଯୁକ୍ତ ଯୁବକ ଜଣକ ଏକ କମଳ ଘୋଡ଼ାଇ ହୋଇ ଖଟ ତଳେ ଲୁଚିଥିଲା। ପୋଲିସ ତୁରନ୍ତ ବୃଦ୍ଧାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲା। ଅନ୍ୟପଟେ ଅଭିଯୁକ୍ତକୁ ପୋଲିସ ଥାନାରେ ଅଟକ ରଖି ଜେରା କରୁଛି।

 

 

Breaking News