Report Card Odisha

| Daily Odia News

କ୍ଷମା ମାଗିଲେ ଅଭିନେତା ବାବୁସାନ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବହୁଚର୍ଚ୍ଚିତ ବାବୁସାନ-ପ୍ରକୃତି-ପତ୍ନୀ ତୃପ୍ତି ଙ୍କ ମାମଲାରେ ନୂଆ ଟୁଇଟ୍ସ ଆସିଛି | ଶେଷରେ ଆଜି ବାବୁସାନ କ୍ଷମା ମାଗିଛନ୍ତି | ଭୁଲର ଅନୁତାପ କରି କ୍ୟାମେରା ସାମନାରେ ସେ କ୍ଷମା ପ୍ରାର୍ଥନା କରିଛନ୍ତି । କିଛି ଦିନ ତଳେ ଘଟିଯାଇଥିବା ବିବାଦକୁ ନେଇ ଏକ ଭିଡିଓ ଜାରି କରିଛନ୍ତି ବାବୁସାନ । ପରିବାରକୁ ବହୁତ କଷ୍ଟ ହୋଇଛି ବୋଲି କହି ବାବୁସାନ ଭୁଲ ମାଗିଛନ୍ତି | ଭିଡିଓ ଜାରି କରି ସେ ଓଡିଶାବାସୀ ଏବଂ ପ୍ରଶଂସକମାନଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ପତ୍ନୀ ତୃପ୍ତି, ଶ୍ୱଶୁରଙ୍କ ସହ ତାଙ୍କ ପରିବାର ମଧ୍ୟ କୁବ କଷ୍ଟ ପାଇଲେଣି ବୋଲି  ଭିଡିଓରେ କହିଛନ୍ତି ବାବୁସାନ । ତେବେ ଆଗକୁ ସେମାନଙ୍କର ଆଉ କୌଣସି କ୍ଷତି ହେବାକୁ ଦେବିନି ବୋଲି ପ୍ରତିଶୃତି ଦେଇଛନ୍ତି | ଆଗକୁ ଏମିତି ଭୁଲ ଆଉ କେବେ ହେବନି ବୋଲି ଓଡିଶାବାସୀଙ୍କୁ ପ୍ରମିଜ କରିଛନ୍ତି  |

Breaking News