ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନାର ନୂଆ ପ୍ରଜାତି ଓମିକ୍ରନରୁ ସୁରକ୍ଷା ଦେବ ଟୀକା । ସମସ୍ତେ ଯଥାଶୀଘ୍ର ଟୀକା ନେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଉଛି । ୧୦୦ ପ୍ରତିଶତ ନହେଲେ ବି କ୍ରସ ପ୍ରୋଟେକ୍ସନ ଦେବ ଟୀକା ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଟୀକା ନେଲେ ଗୁରୁତର ହେବା, ହସ୍ପିଟାଲାଇଜ ହେବା ଏବଂ ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା କମ୍ ରହିଛି । ଲୋକଙ୍କୁ ଟୀକା ନେବା ପାଇଁ ପ୍ରୋତ୍ସାହିତ କରିବାକୁ ଜନପ୍ରତିନିଧି ଓ ଗାଁରେ ଥିବା ସାମାଜିକ କର୍ମୀ ଅନୁରୋଧ କରୁଛି ସ୍ବାସ୍ଥ୍ୟ ବିଭାଗ । ଅନ୍ୟ ରାଜ୍ୟରେ ଓମିକ୍ରନ ଚିହ୍ନଟ ହେବା ସହ ସଂକ୍ରମଣ ବଢୁଛି । ତେଣୁ ଯଥାଶୀଘ୍ର ଟୀକା ନେବାକୁ ପଡ଼ିବ । ସମସ୍ତ ଜିଲ୍ଲାରେ ଟାସ୍କ ଫୋର୍ସ ଅଛି । ସେମାନେ ଅନୁଧ୍ୟାନ କରୁଛନ୍ତି କେଉଁ ବ୍ଲକରେ ଲୋକ ଟୀକା ନେଇନାହାନ୍ତି । ସିଡିଏମଓ ମାନଙ୍କୁ ମଧ୍ୟ ଗାଁ ଗୁଡ଼ିକରେ ଟିକା ନେଇନଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ଗାଁରେ କିଛି ଲୋକ ଟିକା ନେଇନାହାନ୍ତି । ତାହେଲେ ସେମାନେ ସଂକ୍ରମିତ ହେବେ ଏବଂ ଅନ୍ୟ ମାନଙ୍କୁ ମଧ୍ୟ ସଂକ୍ରମିତ କରିବେ ।






More Stories
ଏମିତି ବଜେଟ୍ କେବେ ଦେଖିନି……
ବିଜେଡିରୁ ନିଲମ୍ବନ ହେଲେ ଶଶୀ…..
ରାଷ୍ଟ୍ରପତିଙ୍କ ଗସ୍ତ:ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରସ୍ତୁତି ଆରମ୍ଭ…..